ବ୍ରହ୍ମପୁରରୁ କେରଳର ୱାୟନାଡଗଲା ସନ୍ଧାନୀ କୁକୁର ‘ଷ୍ଟର୍ମ'; ଶହ ଶହ ଲୋକ ଏବେବି ନିଖୋଜ

ୱାୟନାଡରେ ପ୍ରକୃତିର ତାଣ୍ଡବ ପରେ ଚାଲିଛି । ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ଚାଲିଛି ରେସ୍କ୍ୟୁ ଅପରେସନ୍‌। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ସେଠାକୁ ଯାଇଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର 'ଷ୍ଟର୍ମ' । ଆଉ ତା' ସହିତ ୪ ଜଣ ଅଧିକାରୀ ମଧ୍ୟ ୱାୟନାଡ ଗସ୍ତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡଙ୍ଗୀ କହିଛନ୍ତି ।

ଷ୍ଟର୍ମ' ହେଉଛି ବ୍ରହ୍ମପୁର ପୋଲିସର ଏକମାତ୍ର କୁକୁର ଯିଏ ସନ୍ଧାର ଓ ଉଦ୍ଧାର କରିବାର ଟ୍ରେନିଂ ନେଇଛି। 'ଷ୍ଟର୍ମ' ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ସୂଚନା ମିଳିଛି । ଓଡ଼ିଶା ପୋଲିସର ଏକ କୁକୁର ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ।

Storm dog f

ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ, ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି । ଲେନ୍ସରେ କଏଦ ହୋଇଛି, କିପରି ଛାରଖାର ହୋଇଯାଇଛି ଗାଁ । ରାତିକ ଭିତରେ କିପରି ଛାରଖାର ହୋଇଗଲା ତିନି ତିନିଟି ଗାଁ, ମରି ହଜିଗଲେ ଶହ ଶହ ଲୋକ, ରାତାରାତି କିପରି ବଦଳିଗଲା ଏ ଅଞ୍ଚଳର ରୂପ । ଭୂସ୍ଖଳନ ପରେ ପାହାଡ଼ ଉପରୁ ଟନ୍ ଟନ୍ ଓଜନର ଅସଂଖ୍ୟ ପଥର ଓ କାଠଗଣ୍ଡି ଆସି, ଅଜାଡ଼ି ହୋଇପଡ଼ିଛି ବିସ୍ତୀର୍ଣ୍ଣ ଇଲାକାରେ ଭୂସ୍ଖଳନରେ ଯେଉଁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି ।

ପ୍ରଳୟର ତାଣ୍ଡବ ଯେଉଁ ଘରଗୁଡ଼ିକର ଅତାପତା ପୋଛି ଦେଇଛି । ଏବେ ବି ଜାରି ରହିଛି ପଥର ତଳୁ ଜୀବନ ଖୋଜା । ଯୁଆଡ଼େ ଦେଖିବେ ଶହ ଶହ ଉଦ୍ଧାରକାରୀ ଦେବଦୂତ । ତନ୍ନତନ୍ନ ଅଣ୍ଡାଳୁଛନ୍ତି ପ୍ରତିଟି ଇଲାକା । ନିଜ ନିଜ ଅଭିଯାନରେ ମଗ୍ନ ଜେସିବି, ସନ୍ଧାନୀ କୁକୁର ଓ ଆମ୍ବୁଲାନ୍ସ।

ପୋଲିସର କୁକୁର କେବଳ ସନ୍ଧାନ ପାଇଁ ଟ୍ରେନିଂ ନେଇଥିବା ବେଳେ ଷ୍ଟର୍ମ ଉଦ୍ଧାର କାର୍ଯ୍ୟର ପ୍ରଶିକ୍ଷଣ ନେଇଛି। ତେଣୁ ଷ୍ଟର୍ମକୁ ଏଥିପାଇଁ ଚୟନ କରାଯାଇଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+