୧୦ ଦିନରେ କରୋନାକୁ ହରାଇଲେ ୧୦୦ ବର୍ଷୀୟ ବୃଦ୍ଧା
ବୃଦ୍ଧା ଜଣଙ୍କ ହେଉଛନ୍ତି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁରର ସୁମତି ନାୟକ । ଚଳିତ ମାସ 5 ତାରିଖରେ ତାଙ୍କ ନମୁନା ପରୀକ୍ଷା କରିବାରୁ ସେ ସଂକ୍ରମିତ ଥିବା ଜଣାପଡିଥିଲା ।
ଭୁବନେଶ୍ବର: କରୋନାକୁ ହରାଇଲେ ଶତାୟୁ ବୃଦ୍ଧା । ୧୦ ଦିନରେ କରୋନାକୁ ହରାଇଲେ ୧୦୦ ବର୍ଷୀୟ ବୃଦ୍ଧା । ସଂକ୍ରମିତ ହେବା ପରଠାରୁ ଅମ୍ଲଜାନସ୍ତର କମିବାରେ ଲାଗିଥିଲା । ପରେ ତାଙ୍କୁ ନୟାଗଡ ଜିଲ୍ଲା ଖଣ୍ଡପଡା ସ୍ଥିତ କୋଭିଡ କେୟାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଉନ୍ନତମାନର ଚିକତ୍ସା ସହ ଡାକ୍ତର ଓ ନର୍ସମାନଙ୍କର ନିଷ୍ଠାପର ସେବା ପାଇଁ ଶତାୟୁ ବୃଦ୍ଧା ଜଣଙ୍କ ଆଜି କରୋନା ମହାମାରୀକୁ ମାତ୍ ଦେଇଛନ୍ତି ।

ବୃଦ୍ଧା ଜଣଙ୍କ ହେଉଛନ୍ତି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁରର ସୁମତି ନାୟକ । ଚଳିତ ମାସ 5 ତାରିଖରେ ତାଙ୍କ ନମୁନା ପରୀକ୍ଷା କରିବାରୁ ସେ ସଂକ୍ରମିତ ଥିବା ଜଣାପଡିଥିଲା । ପର ଦିନ ତାଙ୍କୁ ଖଣ୍ଡପଡା ସ୍ଥିତ କୋଭିଡ କେୟାରେ ଭର୍ତ୍ତି କରାଗଲା । ତେବେ ସେଠାରେ ତାଙ୍କର ଅମ୍ମଜାନ ସ୍ଥର ନିୟମିତ କମିବାରେ ଲାଗିଲା । ମାତ୍ର ଡାକ୍ତର ଓ ନର୍ସଙ୍କ ନିଷ୍ଠାପର ଚିକିତ୍ସା ପାଇଁ ବୃଦ୍ଧା ଜଣଙ୍କ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ଗତ 16 ତାରିଖ ଦିନ ସେ କୋରନାରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୃଦ୍ଧା ଜଣଙ୍କ ଘରକୁ ଫେରିବା ପରେ ଖୁସି ବିମୋହିତ ହୋଇ ପଡିଛନ୍ତି ପରିବାର ଲେକେ ।
"ଆରମ୍ଭରୁ ସେ ଖାଦ୍ୟ ଗ୍ରହଣ କରୁନଥିଲେ ଏବଂ ଆମେ ତାଙ୍କୁ ସାଲାଇନ୍ ଦେଉଥିଲୁ । ଧୀରେ ଧୀରେ ଆମେ ତାଙ୍କୁ ତରଳ ଖାଦ୍ୟ ଦେବା ଆରମ୍ଭ କଲୁ । ଯଦିଓ ତାଙ୍କୁ ନିରାପଦରେ ରଖିବା ଆମ ପାଇଁ ଏକ ଆହ୍ବାନ ଥିଲା, ଇଶ୍ବରଙ୍କ କୃପା ଏବଂ ତାଙ୍କର ଦୃଢ ଇଚ୍ଛାଶକ୍ତି ହେତୁ ଆମର ପ୍ରୟାସରେ ବିଜୟୀ ହେଲୁ । ସେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁନ୍ 16 ରେ ଡିସଚାର୍ଜ ହୋଇଥିଲେ" ବୋଲି ଖଣ୍ଡପାରା କୋଭିଡ କେୟାର ସେଣ୍ଟରର ଡ. ପ୍ରଦୀପ ପାଇକରାୟ କହିଛନ୍ତି।
କୋଭିଡଙ୍କ ବିରୋଧରେ ତାଙ୍କର ପ୍ରେରଣାଦାୟକ ଲଢେଇ ବିଷୟରେ ନୟାଗଡ଼ କଲେକ୍ଟର ପୋମା ଟୁଡୁ କହିଛନ୍ତି, "ଆମ ଜିଲ୍ଲାରେ 100 ବର୍ଷ ବୟସ୍କା ମହିଳା କୋଭିଡ -19 କୁ ପରାସ୍ତ କରିବା ଆମ ପାଇଁ ପ୍ରକୃତରେ ପ୍ରେରଣାଦାୟକ ଅଟେ। ଭବିଷ୍ୟତରେ ଏହା ଆମକୁ ପ୍ରେରଣା ଯୋଗାଇବ ଯେ ଆମେ ଜୀବାଣୁ ଉପରେ ବିଜୟୀ ହେବା। "












Click it and Unblock the Notifications