ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର: ମୁଖ୍ୟମନ୍ତ୍ରୀ

ପଞ୍ଚାୟତିରାଜ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କରିବାକୁ କହିଛନ୍ତି । ମେସିନ ନ ଲଗାଇ ଶ୍ରମିକମାନଙ୍କୁ ନିଯୁକ୍ତି କରି କାମ କରିବାକୁ କହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଗାଇଡ଼ଲାଇନ ଅଣ‌ାଯିବ ବୋଲି କହିଛନ୍ତି ।

ଶ୍ରମିକ ନିଯୁକ୍ତି କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି । ଏହା ଦ୍ବାରା ଦାଦନ ଖଟିବାକୁ ଲୋକ ଆଉ ବାହାରକୁ ଯିବେନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମନେରେଗା କାମକୁ ସଠିକ୍ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ମତପୋଷଣ କରିଛନ୍ତି।

Chief Minister mohan majhi

ମନରେଗାରେ ଶ୍ରମିକଙ୍କୁ ଲଗାଇ କାମ ନ କରି ମେସିନରେ କାମ ହେଉଛି ମଷ୍ଟର ରୋଲ୍‌ରେ ରାମ, ଦାମ ନାଁ ପକେଇକି କାମ ହେଉଛି । ଯାହାର ନାମ ମଷ୍ଟର ରୋଲ୍‌ରେ ଅଛି ସେ ମହାବିଦ୍ୟାଳୟର ଲେକ୍ଚର ତ ଆଉ କେଉଁଠି ମେଡ଼ିସିନ ଡାକ୍ତର ବୋଲି ଜଣାପଡ଼ିଛି ବୋଲତ ମୁଖ୍ୟମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+