କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ, ମେୟରଙ୍କ ଉପରେ ବର୍ଷିଲେ ବିଜେପି ବିଧାୟକ
ଲିଙ୍ଗରାଜ ମନ୍ଦିରରେ ଗତକାଲି ମହାଦୀପ ଉଠିବା ବେଳେ ଘଟିଥିବା ଅଘଟଣ ପାଇଁ ମେୟର ସୁଲୋଚନାଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଧାୟକ ବାବୁ ସିଂ । ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୂରା ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଥିବା ବେଳେ ମେୟର ପ୍ରଶାସନର ଅଂଶ କି ନାହିଁ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ ।

ତେବେ ଜାଗର ରାତିରେ ମହାଦୀପ ଉଠିବା ବେଳେ ସେବାୟତ ଖସିପଡି ଆହତ ହେବା ଘଟଣାକୁ ନେଇ ମେୟର ସୁଲୋଚନା ଦାସ କହିଛନ୍ତି, ମନ୍ଦିରକୁ ଚଢିବା ବାଟରେ ସବୁ ବର୍ଷ ବାଲି ପଡେ । ଗୋଡ ନଖସିବାକୁ ମନ୍ଦିର ଚଢିବା ବାଟରେ ବାଲି ପଡେ । ହେଲେ ଏଥର ବାଲି ପକାଇବାକୁ ପ୍ରଶାସନ ଭୁଲିଯାଇଛି ।
ଯାହାକୁ ନେଇ ମେୟରଙ୍କୁ କଡା ଟାର୍ଗେଟ କରିଛନ୍ତି, ବିଜେପି ବିଧାୟକ ବାବୁ ସିଂ । ଶ୍ରୀଲିଙ୍ଗରାଜ ମନ୍ଦିର ଘଟଣାକୁ ନେଇ ଟାର୍ଗେଟ୍ କରି ବାବୁ କହିଛନ୍ତି, ଠାକୁରଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ । ମେୟର କ'ଣ ପ୍ରଶାସନର ଅଂଶ ନୁହନ୍ତି? ବୋଲି ପ୍ରଶ୍ନ କରିଛନ୍ତି ବାବୁ । କାଲି ମେୟର ବି ବ୍ୟବସ୍ଥାର ତଦାରଖ କରୁଥିଲେ, ତ୍ରୁଟି ଜଣାଇଲେନି କାହିଁକି? ବିରୋଧୀ କେବଳ ଆଙ୍ଗୁଳି ଦେଖାଇବା ପାଇଁ ବସି ନାହାନ୍ତି । ସେପଟେ ଜାଗର ପୂର୍ବରୁ କରାଯାଇଥିବା ସମସ୍ତ ସମୀକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।












Click it and Unblock the Notifications