ସମ୍ବଲପୁରର ୬ଟି ଅଞ୍ଚଳରେ ୧୪୪ ଧାରା ଜାରି, ଜାଣନ୍ତୁ କାରଣ...
ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭଯାତ୍ରା ବେଳେ ପଥରମାଡ଼ । ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ଉପରକୁ ପଥର ମାଡ଼ ହୋଇଛି । ଅନ୍ୟ ଏକ ଗୋଷ୍ଠୀର ପଥର ମାଡରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଏଥିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେହିପରି ୫୦ରୁ ଅଧିକ ବଜରଙ୍ଗ କର୍ମଚାରୀ ଆହତ ସୂଚନା । ସମ୍ବଲପୁରର ବିଭିନ୍ନ ସ୍ଥାନରେ ପୋଡାଜଳା ହୋଇଥିଲା । ଏହାକୁ ନିୟନ୍ତ୍ରଣ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି । ଫଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଆସୁଛନ୍ତି ରାପିଡ ଆକ୍ସନ ଫୋର୍ସ ।
ଘଟଣା ପରେ ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କଲା ପ୍ରଶାସନ । ୫ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଜାରି ହୋଇଛି ।












Click it and Unblock the Notifications