ଆଜି ବି ଜାରି ରହିବ ଷ୍ଟିଅରିଂ ଛାଡ ଆନ୍ଦୋଳନ

ଆଜି ବି ଜାରି ରହିବ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ । ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଖାରବେଳ ଭବନରେ ପରିବହନ କମିସନର ଓ ସଚିବଙ୍କ ସହିତ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହିତ ମଧ୍ୟ ୪ ଘଣ୍ଟା ଧରି ଆଲୋଚନା ହେଲା, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।

Steering

ଡ୍ରାଇଭର ସଙ୍ଘ ସହ ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ଗତକାଲି ଦିନ ତମାମ୍ ରାଜ୍ୟବ୍ୟାପୀ ଅଲ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିଲା । ଫଳରେ ବସ୍, ଅଟୋ କିଛି ଗଡ଼ିନଥିଲା । ହଜାର ହଜାର ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହଇରାଣ ହୋଇଥିଲେ । ଲାଗୁଥିଲା, ସରକାରଙ୍କ ସହ ଆଲୋଚନା ପରେ ବାହାରିବ ସମାଧାନର ବାଟ, କିନ୍ତୁ ପରିବହନ ମନ୍ତ୍ରୀଙ୍କ ସହ ୪ ଘଣ୍ଟା ଆଲୋଚନା ସତ୍ତ୍ବେ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ୭ ଦଫା ଦାବି ନେଇ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+