ମାଟ୍ରିକ ଫଳ ପ୍ରକାଶ ପୂର୍ବରୁ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ଫଳ ପ୍ରକାଶ ପୂର୍ବରୁ ପରୀକ୍ଷା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି।
କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । ଫଳ ପ୍ରକାଶ ପୂର୍ବରୁ ପରୀକ୍ଷା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୋର୍ଡ଼ ସଭାପତି, ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ରହିଛନ୍ତି। ଅପରାହ୍ନ 1ଟାବେଳେ ଫଳ ପୁସ୍ତିକା ପ୍ରକାଶ ପାଇବ ଏବଂ 2 ଟା ସମୟରେ ୱେବ୍ସସାଇଟରେ ପ୍ରକାଶ ପାଇବ ଫଳ ।

ତେବେ ରାଜ୍ୟରେ 3540ଟି ପରୀକ୍ଷା କେନ୍ଦ୍ରରେ 5 ଲକ୍ଷ 71 ହଜାର 909 ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ 4443 ଜଣ ମଧ୍ୟମା ଏବଂ 9378 ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି ।












Click it and Unblock the Notifications