ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି ; ଶ୍ରୀମନ୍ଦିର ପ୍ରଶାସନକୁ ଦାନବାକ୍ସ ହସ୍ତାନ୍ତର କଲା ଜେଟିପି
ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି। ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଉଦ୍ଧାର କଲା ଜେଟିପି। ଚୋରି ପରେ ଦାନବାକ୍ସକୁ ଦୁର୍ବୃତ୍ତ ଫିଙ୍ଗି ଦେଇଥିବା ସନ୍ଦେହ ହୋଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଦାନବାକ୍ସ ହସ୍ତାନ୍ତର କଲା ଜେଟିପି।
ତେବେ ଚୋରି ସମ୍ବନ୍ଧୀୟ କିଛି ସ୍ପଷ୍ଟ ହୋଇ ନାହିଁ। କେତେ ପରିମାଣର ଚୋରି ହୋଇଛି ସେ ନେଇ ସ୍ପଷ୍ଟ ହୋଇ ନାହିଁ। ତେବେ କେଉଁ ପରିସ୍ଥିତିରେ ଚୋରି ହୋଇଛି ସେ ନେଇ କିଛି ଜଣା ପଡ଼ିନାହିଁ।

ସେପଟେ ଶ୍ରୀଜିଉଙ୍କ ବନକଲାଗି ପ୍ରସଙ୍ଗରେ ଆଜି ବସିବ ନୀତି ସବ କମିଟି ବୈଠକ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି ।
ବନକଲାଗି ନୀତିକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସଂମ୍ପୃକ୍ତ ସେବକ । ତେଣୁ ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରି ନାହିଁ ।
ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଉଲ୍ଲେଖ ରହିଛି ଯେ, ପ୍ରତ୍ୟେକ ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ଦ୍ୱିପହର ଧୂପ ପରେ ବନକଲାଗି ନୀତି ହୋଇଥିଏ । ମାତ୍ର ବନକଲାଗି ନୀତି ସହ ଅନ୍ୟାନ୍ୟ ବିଶେଷ ନୀତି ରହୁଥିବାରୁ ଦର୍ଶନାର୍ଥୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୁରୁବାର ବଦଳରେ ବୁଧବାର ବନକଲାଗି କରିବାକୁ ସମ୍ପୃକ୍ତ ସେବକ ନିଯୋଗକୁ କୁହାଯାଇଥିଲା । ହେଲେ ଦତ୍ତମହାପାତ୍ର ନିଯୋଗ ଗୁରୁବାର ବନକଲାଗି କରିବା ଜିଦରେ ଅଟଳ ଅଛନ୍ତି ।












Click it and Unblock the Notifications