Get Updates
Get notified of breaking news, exclusive insights, and must-see stories!

ସାବଧାନ: ଅନଲାଇନ ଠକେଇ ମାମଲା ବଢି ଚାଲିଛି, ଠକାମିରୁ ବଞ୍ଚିବା ପାଇଁ ଏହି ସବୁ ଉପାୟ ଅବଲମ୍ବନ କରନ୍ତୁ

ଆଜିକାଲି ସାମାଜିକ ଗଣମାଧ୍ୟମ ଯୁଗରେ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ, ଅନଲାଇନରେ ସପିଙ୍ଗ କରିବା ଠାରୁ ଆରମ୍ଭ କରି ଫୁଡ ଅର୍ଡର କରିବା ସହଜ ହୋଇ ଯାଇଛି। ତେବେ ଏହିସବୁ ମଧ୍ୟରେ ଆପଣଙ୍କ ପଛରେ ସାଇବର କ୍ରାଇମ, ଅପରାଧୀ ସଂସ୍ଥା ସବୁ ଆପଣଙ୍କ ସମ୍ବନ୍ଧରେ ଖୁବ ସହଜରେ ସଂଗ୍ରହ କରୁଛନ୍ତି ତଥ୍ୟ। ଦିନକୁ ଦିନ ନୂଆ ନୂଆ ପ୍ରଲୋଭନ ଦେଖାଇ ଠକିବାର ବାଟ ବାହାର କରିଛନ୍ତି। ଅଳ୍ପ ଦିନରେ ପଇସା ଡବଲର ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା। ଏସବୁରୁ ସୁରକ୍ଷିତ ରହିବା ପାଇଁ ଆପଣମାନେ ଆମର ଉପଦେଶ ମାନନ୍ତୁ। ମନେ ରଖନ୍ତୁ, ଅସ୍ବାଭାବିକ ଭାବେ ଉଚ୍ଚ ସୁଧହାର ପ୍ରଦାନର ପ୍ରତିଶୃତି ତଥା କମ ଦିନରେ ମୂଳ ଜମା ଦୁଇଗୁଣ ହୋଇଯିବାର ପ୍ରଲୋଭନ, ଠକାମିର ପ୍ରଥମ ଲକ୍ଷଣ

beware of fraud investors


ଏହି ସବୁ ସତର୍କତା ଅବଲମ୍ବନ କରନ୍ତୁ:

  • ସଞ୍ଚୟ ଓ ଋଣର ସୁଧହାର କ୍ଷେତ୍ରରେ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତି ଓ ବ୍ୟବସ୍ଥା ଉପରେ ବିଶ୍ୱାସ ରଖନ୍ତୁ ।
  • ଆକର୍ଷଣୀୟ ଅର୍ଥରାଶି ପାଇଁ ଆସୁଥିବା ଫୋନ୍ ବାର୍ତ୍ତା, ଫୋନ୍ କଲ୍, ଏସ୍.ଏମ୍.ଏସ୍., ଇ-ମେଲ୍, ଫେସ୍ବୁକ୍ ଓ ହ୍ୱାଟ୍ସଅପ୍ ବାର୍ତ୍ତାରେ ଭରସା କରନ୍ତୁ ନାହିଁ ।
  • ନିଜର ଇ-ମେଲ୍, ବ୍ୟାଙ୍କ ଆକାଉଣ୍ଟ, କ୍ରେଡ଼ିଟ୍ କାଡର଼୍, ଡେବିଟ୍ କାଡର଼୍ ସଂକ୍ରାନ୍ତୀୟ ତଥ୍ୟ ଏବଂ ପିନ୍ ତଥା ଓ.ଟି.ପି. କାହାରିକୁ ଜଣାନ୍ତୁ ନାହିଁ ।
  • କେବଳ ଡାକଘର ଓ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ପ୍ରତିଷ୍ଠାନରେ ନିଜର କଷ୍ଟାର୍ଜିତ ଅର୍ଥ ସଞ୍ଚୟ କରନ୍ତୁ ।

କୌଣସି ସଂସ୍ଥାରେ ନିଜର ଅର୍ଥ ଜମା ରଖିବା ପୂର୍ବରୁ ଉକ୍ତ ସଂସ୍ଥାର ବିଶ୍ୱାସନୀୟତା ସମ୍ପର୍କରେ ଭଲଭାବେ ପରଖି ନିଅନ୍ତୁ । ଅଳ୍ପ ସମୟରେ ଉଚ୍ଚ ସୁଧହାର ପ୍ରଦାନର ପ୍ରତିଶ୍ରୁତି ତଥା ମୂଳଜମା ଦ୍ୱିଗୁଣିତ ହୋଇଯିବାର ପ୍ରଲୋଭନ ଓ ଠକାମିର ଶିକାର ହୁଅନ୍ତୁ ନାହିଁ। ସଞ୍ଚୟ ଉପରେ ଅତ୍ୟଧିକ ସୁଧହାର ପ୍ରଦାନ କିମ୍ବା ଅତିକମ୍ ସୁଧହାରରେ ଋଣ ପ୍ରଦାନ ପ୍ରତିଶୃତି ପ୍ରଲୋଭିତ ହୁଅନ୍ତୁ ନାହିଁ । ଆକର୍ଷଣୀୟ ଅର୍ଥରାଶି ଅଥବା ଉପହାର ପ୍ରଦାନ ପାଇଁ ଆସୁଥିବା ଫୋନ୍ ବାର୍ତ୍ତା, ଫୋନ୍ କଲ୍, ଏସ୍.ଏମ୍.ଏସ୍., ଇ-ମେଲ୍, ଫେସ୍ବୁକ୍ ଓ ହ୍ୱାଟ୍ସଅପ୍ ବାର୍ତ୍ତାରେ ଭରସା କରନ୍ତୁ ନାହିଁ । ନିଜର ଇ-ମେଲ୍, ବ୍ୟାଙ୍କ ଆକାଉଣ୍ଟ, କ୍ରେଡ଼ିଟ୍ କାଡର଼୍, ଡେବିଟ୍ କାଡର଼୍ ସଂକ୍ରାନ୍ତୀୟ ତଥ୍ୟ ଏବଂ ପିନ୍ ତଥା ଓ.ଟି.ପି. କାହାରିକୁ ଜଣାନ୍ତୁ ନାହିଁ । କୌଣସି ସଂସ୍ଥାରେ ଅର୍ଥ ଜମା କରିବା ପୂର୍ବରୁ ସଂସ୍ଥାର ବିଶ୍ଵାସନୀୟତା ଭଲ ଭାବରେ ପରଖି ନିଅନ୍ତୁ। ଅନୈତିକ ଭାବେ ଜମା ସଂଗ୍ରହ କରୁଥିବା କମ୍ପାନୀଗୁଡିକ ବିଷୟରେ ସୂଚନା କିମ୍ବା ଅଭିଯୋଗ ଦାଖଲ ପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କ ଦ୍ଵାରା ପରିଚାଳିତ ୱେବସାଇଟ www.sachet.rbi.org.in ରେ ଲଗଅନ କରନ୍ତୁ। ଓଡ଼ିଶାରେ ଥିବା ଯେକୌଣସି ଡାକଘର କିମ୍ବା ଡାକ ବିଭାଗ ଅଧିନରେ ଥିବା ବ୍ୟାଙ୍କରେ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବନିମ୍ନ ୨୦୦୦ ଟଙ୍କାର ଅର୍ଥରାଶି ଜମା କରି ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଲଟେରୀରେ ଭାଗ୍ୟଶାଳୀ ବିଜେତା ହେବାର ସୁଯୋଗ ଲାଭ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+