ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି; କେଉଁଠି କାହାର ?

ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା କାର୍ଯ୍ୟନିମନ୍ତେ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ବିଭିନ୍ନ ଲୋକପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଜିଲ୍ଲା ପ୍ରଶାସନ ଠାରୁ ହସ୍ତଗତ ହୋଇଥିବା ପ୍ରସ୍ତାବ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ଏକ ସାରଣୀ ପ୍ରସ୍ତୁତ କରାଯାଇଥିଲା।

Statues of baraputra

ଏହିକ୍ରମରେ କେନ୍ଦ୍ରାପଡାରେ ଭଜନ ସମ୍ରାଟ ଭିକାରୀ ବଳ, ବଲାଙ୍ଗୀରରେ ଧରମସିଂହ ମାନ୍ଧାତା ମାଝୀ, ଭୁବନେଶ୍ୱରରେ କୁନ୍ତଳା କୁମାରୀ ସାବତ, କବି ଶେଖର ଚିନ୍ତାମଣୀ ମହାନ୍ତି, ବ୍ରହ୍ମପୁରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭଦ୍ରକରେ ଗୋକୁଳାନନ୍ଦ ମହାନ୍ତି, କେନ୍ଦୁଝରରେ ରତନା ନାୟକ, ସମ୍ବଲପୁରରେ ଅଟଳବିହାରୀ ବାଜପେୟୀ ଓ ବୀର ସୁରେନ୍ଦ୍ର ସାଏ, କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଅଟଳ ବିହାରୀ ବାଜପେୟୀ, ବରଗଡ଼ରେ ଗଙ୍ଗାଧର ମେହେର, ବାଲେଶ୍ୱରରେ ଫକୀର ମୋହନ ସେନାପତି, ବାଘାଯତୀନ, ପୁରୀ ଡେଲାଙ୍ଗରେ ବୌଦ୍ଧଧର୍ମ ବିଶାରଦ ଡିଗନାଗ, ମାଲକାନଗିରିରେ ତାମ୍ମା ଦୋରା ଏବଂ ଭୁବନରେ ବାଜିରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ନିଷ୍ପତି ନିଆଯାଇଛି। ସେହିପରି ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ପ୍ରଥମ ଓଡ଼ିଆ ଶଙ୍କରାଚାର୍ଯ୍ୟ ଶ୍ରୀଧର ସ୍ୱାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରାଯିବାର ନିଷ୍ପତ୍ତି ନିଆ ଯାଇଛି।

ସଂସ୍କୃତି ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଭାରତବର୍ଷର ସ୍ୱାଧୀନତା, ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ରତା, ଆମ ଭାଷା ଓ ସାହିତ୍ୟକୁ ନିଜର ଲେଖନୀ ଚାଳନା ମାଧ୍ୟମରେ ରୁଦ୍ଧିମନ୍ତ କରିବା ଏବଂ ଓଡ଼ିଶାର ଐତିହ୍ୟ ଏବଂ ଓଡ଼ିଆ ସଂସ୍କୃତିର ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ଆମ ବରପୁତ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆମ ସ୍ୱାଧୀନତା ଓ ସ୍ୱାଭିମାନ ପାଇଁ ବଳିଦାନ ଦେଇଥିବା ଏବଂ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ରକ୍ଷକ ଭାବେ କାର୍ଯ୍ୟକରିଥିବା ବରପୁତ୍ରମାନେ ହେଲେ ଆମ୍ଭମାନଙ୍କ ପାଇଁ ଚିରନମସ୍ୟ। ସେମାନଙ୍କର କାର୍ଯ୍ୟ ଏବଂ ମୂଲ୍ୟବୋଧ ଚିରସ୍ମରଣୀୟ ଓ ଆମ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ।

ତେଣୁ ପ୍ରାଥମିକତା ଭିତ୍ତିରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସ୍ଥାପନା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସୂରଜ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+