ରାଜ୍ୟରେ ଖୋଲିବ ୧୦୦୦ଟି ସୌରଚାଳିତ ଶୀତଳଭଣ୍ତାର
State will open solar runned cold warehouse ..ରାଜ୍ୟରେ ଖୋଲିବ ସୌରଚାଳିତ ଶୀତଳଭଣ୍ତାର
ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟକ ଜିଲ୍ଲାରେ ଖୋଲିବ ସୌରଚାଳିତ ଶୀତଳଭଣ୍ତାର । ୫-ଟି ଅଧିନରେ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତରେ ଶୀତଳଭଣ୍ତାର ପ୍ରତିଷ୍ଠା କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ତେବେ ଏହି ବର୍ଷ ୧୦୦୦ ସୌରଚାଳିତ ଶୀତଳଭଣ୍ତାର ଖୋଲିଯିବାର ଲକ୍ଷ ରଖାଯାଇଛି । ଶୀଳଭଣ୍ତାର କାର୍ଯ୍ୟକ୍ଷମ ହେଲେ ଅନେକ ଚାଷୀ ଉପକୃତ ହେବେ । ତେବେ ପ୍ରତ୍ୟକ ଜିଲ୍ଲାର ନିର୍ଦ୍ଧିଷ୍ଟ ଗ୍ରାମପଞ୍ଚାୟତରେ ଶୀତଳ ଭଣ୍ତାର ନିର୍ମାଣ କରିବା ପାଇଁ ଜମି ଚିହ୍ନଟେ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଯାହା ଉଦ୍ୟାନ କୃଷି ନିର୍ଦ୍ଦଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟକ ଶୀତଳଭଣ୍ତାର କ୍ଷମତା ୧୦ ମେଟ୍ରିକ ଟନ୍ ରହିବ ।ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଜରିଆରେ ଜାତୀୟ ଉଦ୍ୟାନ କୃଷି ମିଶନ୍ , ଅମଳ ପରବର୍ତ୍ତି ପରିଚାଳନା ଓ ବାଜାର ସହାୟତା ନାମରେ ଦୁଇଟି ଯୋଜନା କାର୍ଯ୍ୟକାରୀ ହୋଇଥାଏ । ତେବେ ସାଧାରଣ ଅଞ୍ଚଳ ପାଇଁ ୩୫%,ଅନୁସୂଚିତ ଅଞ୍ଚଳ ପାଇଁ ୫୦% ଆର୍ଥିକ ସହାୟତା ପ୍ରଦାନ କରାଯିବ ।ଏହା ଉପରେ ଅତିରିକ୍ତ ୨୦%ସବସିଡ୍ ପ୍ରଦାନ କରାହେଉଛି । ଏହି ପାଣ୍ଠିରୁ ଶୀତଳ ଭଣ୍ତାର ପ୍ରତିଷ୍ଠା କରାଯିବ ଏହା ସହ ପଞ୍ଚାୟତ ଉନ୍ନୟନ ପାଣ୍ଠିରୁ ୩୦% ରୁ ୪୦% ବହନ କରାଯିବ ।

କ୍ଲଷ୍ଟକ ହିସାବାରେ ସୌରଚାଳିତ ଶୀତଳ ଭଣ୍ତାର ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । ତେବେ ଉଦ୍ୟାନ କୃଷି ବିଭାଗ ସହାୟତା ମାଧ୍ୟମରେ ମିଶନ୍ ଫର ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ ହର୍ଟିକଲଚର ଓ ରାଜ୍ୟ ଯୋଜନା ଅଧିନରେ କରାଯାଉଥିବା ଚାଷ ଯେପରି ଫଳ ଓ ପନିପରିବା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ତା ତିଆରି କରାଯିବ ।ଯାହା ଦ୍ୱାରା ଚାଷି ନିଜ ପନିପରିବା, ଫଳରକୁ ଶୀତଳଭଣ୍ତାରରେ ରଖିପାରିବ ଯାହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ଅଞ୍ଚଳର ବିଡିଓ ଜମି ଚିହ୍ନଟ କରିବା ସହ ସ୍ଥାନୀୟ ସହକାରୀ ଉଦ୍ୟାନକୃଷି ଅଧିକାରୀଙ୍କ ପରମାର୍ଶ ନେବା ମଧ୍ୟ ଜରୁରୀ । ତେବେ ଜମି ଚିହ୍ନଟ କରାଯିବା ପରେ
ଜିଲ୍ଲା ଅଧିକାରୀଙ୍କୁ ସୂଚନା ଦିଆଯିବ । ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ ବିଡିଓଙ୍କୁ ସବସିଡି ପାଣ୍ଠି ଯୋଗାଇଦିଆଯିବ ।
ସୌରଚାଳିତ ଶୀତଳ ଭଣ୍ତାର ନିର୍ମାଣ ଦ୍ୱାରା ବିଦ୍ୟୁତ ଦେୟ ସମସ୍ୟା ରହିବ ନାହିଁ ।ପୂର୍ବରୁ ବିଦ୍ୟୁତ ଶୁଳ୍କ ପାଇଁ ସିଂହଭାଗ ଶୀତଳ ଭଣ୍ତାର ଅଚଳ ହୋଇ ପଡିଛି । ଖୁବ ଶିଘ୍ର ଏହି ଯୋଜନା ସଫଳ ହେବାକୁ ଯାଉଛି ।
-
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ....












Click it and Unblock the Notifications