Get Updates
Get notified of breaking news, exclusive insights, and must-see stories!

ଅକ୍ଟୋବର ୧୦ରେ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ । ଏନେଇ ବସ୍‌ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ 'ଲକ୍ଷ୍ମୀ' ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ସଂଘ୍ । ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସ୍‌ ବନ୍ଦ । ସେହି ଦିନ ମାଲକାନଗିରିରୁ 'ଲକ୍ଷ୍ମୀ' ଆରମ୍ଭ ହେଉଥିବାରୁ ବସ୍‌ ବନ୍ଦ ।

ରାଜ୍ୟ ସରକାରଙ୍କ 'ଲକ୍ଷ୍ମୀ' ଯୋଜନା ଯୋଗୁ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ସେପ୍ଟେମ୍ବର ୨୭ତାରିଖ ସୁଦ୍ଧା ନହେଲେ ବାଧ୍ୟ ହୋଇ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ହେବ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଥିଲା ।

bus_strike

'ଲକ୍ଷ୍ମୀ' ଯୋଜନା ହେତୁ ୧୪ହଜାରରୁ ଅଧିକ ଘରୋଇ ବସ୍ କର୍ମଚାରୀଙ୍କ ପରିବାର ପ୍ରଭାବିତ ହେବେ ବୋଲି ସଂଘ କହିଥିଲା । ଘରୋଇ ବସ୍ କର୍ମଚାରୀମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହେବା ଜରୁରୀ ବୋଲି କୁହାଯାଇଥିଲା ।

ସୂଚନାଯୋଗ୍ୟ, ରାଜ୍ୟ କ୍ୟାବିନେଟ୍ ଦୁଇ ସପ୍ତାହ ତଳେ 'ଲକ୍ଷ୍ମୀ' ଯୋଜନାକୁ ଅନୁମୋଦନ କରିଥିଲା । ଏଥିରେ ପ୍ରତ୍ୟେକ ପଞ୍ଚାୟତରୁ ରାଜଧାନୀକୁ ବସ୍ ଚଳାଚଳ କରିବ ବୋଲି ଉଲ୍ଲେଖ ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+