ଚଳିତ ବର୍ଷ ରାଜ୍ୟ ଭିଜିଲାନ୍ସକୁ ମଳିଛି ବଡ଼ ସଫଳତା, ଜାଣନ୍ତୁ ୨୩ରେ କେତେ ଅଧିକାରୀ ହୋଇଛନ୍ତି ଗିରଫ

ଭୁବନେଶ୍ୱର:୨୦୨୩ରେ ରାଜ୍ୟ ଭିଜିଲାନ୍ସ ବିଭାଗକୁ ମିଳିଛି ଅଭୂତପୂର୍ବ ସଫଳତା । ରାଜ୍ୟରେ ଚଳିତବର୍ଷ ୨୬୫ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୧୬୬ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ଗିରଫ ହୋଇଛନ୍ତି । ସର୍ବାଧିକ ୧୨ ଲକ୍ଷ ଟଙ୍କା ଲାଞ୍ଚ ଧରିବାରେ ସକ୍ଷମ ହୋଇଥିଲେ ଭିଜିଲାନ୍ସ ଟିମ୍ ଆୟ ବହିର୍ଭୁତ ମାମଲାରେ ୧୨୪ କୋଟି ଟଙ୍କାର ସମ୍ପରି ଠାବ ହୋଇଥିବା ବେଳେ ୬୮୪ଟି ବ୍ୟାଙ୍କ୍ ଆକାର୪ ସିଜ୍ କରାଯାଇଛି ।

ଏହା ସହ ୨୯୦ଟି ବିଲିଂର ୪୮ କୋଟି ୧୪ ଲକ୍ଷ ଟଙ୍କାର ମୂଲ୍ୟାୟନ କରାଯାଇଛି । ୪୬୬ଟି ମାମଲାର ସଂପୂର୍ଣ୍ଣ ତଦନ୍ତ ସଂପୂର୍ଣ ହୋଇଛି । ଲାଞ୍ଚ ନେବାବେଳେ ମୋଟ ୨୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି । ସେହିଭଳି ୫୮ କ୍ଲାସ ୱାନ ଅଫିସରମାନଙ୍କ ବିରୋଧରେ ମାମଲା ରୁକ୍ସ୍ କରାଯାଇଛି । ଚଳିତବର୍ଷ ୧୨୪ଟି ମାମଲାରେ ଦଣ୍ଡ ବିଧାନ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ ପି ଏମ୍ ରାଧା କ୍ରୀଷ୍ଣା

odisha vigilane

ଏହା ସହ ଚଳିତବର୍ଷ ୫୮ ଜଣ କ୍ଲାସ-୧ ଅଫିସରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ୨୬ ଜଣ କ୍ଲାସ-୧, ୩୨ ଜଣ କ୍ଲାସ-୨ ଅଧିକାରୀ ଗିରଫ ହୋଇଛନ୍ତି । ସେହିପରି ୮୫ କ୍ଲାସ-୩, ୬ ଜଣ କ୍ଲାସ-୪ କର୍ମଚାରୀ ଗିରଫ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ୪୭୮ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ୬୮୪ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ସଂକ୍ରାନ୍ତ ୮୫ଟି ମାମଲାରେ ୩୬ ଦମ୍ପତି ସହଅଭିଯୁକ୍ତ ରହିଛନ୍ତି । ୧୫୩ ପ୍ରତିଶତ ହାରରେ ୪୦୬ଟି ମାମଲାର ତଦନ୍ତ ଶେଷ ହୋଇଛି । ମାମଲାର ତଦନ୍ତ ଶେଷ କରିବାରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଭିଜିଲାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+