ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସି, ଏଣିକି ଦୁର୍ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସି, ଏଣିକି ଦୁର୍ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର: ରାସ୍ତା ଦୁର୍ଘଟଣାରେ ତିନି କିମ୍ବା ୩ରୁ ଅଧିକ ମୃତ୍ୟୁ ଘଟିଲେ, ଦୁର୍ଘଟଣାର ତଦନ୍ତ କରିବାପାଇଁ ଗଠନ ହେବ ସ୍ୱତନ୍ତ୍ର ଟିମ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଲିସି ପ୍ରସ୍ତୁତ କରାଯାଇଛି । । ତ୍ୱରିତ ଓ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ODISHA.ACCIDENT

ସୂଚନା ଅନୁସାରେ, ଏଣିକି ରାସ୍ତା ଦୁର୍ଘଟଣାର ତଦନ୍ତ କରିବ ରାଜ୍ୟ ପରିବହନ ବିଭାଗର ସ୍ୱତନ୍ତ୍ର ଟିମ୍ । ଯେଉଁ ଟିମରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର ଏବଂ ପରିବହନ ବିଭାଗର ବୈଷୟିକ ଅଧିକାରୀ ରହିବେ । ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲା ସ୍ତରରେ ଏକ କମିଟି ଗଠନ ହେବ। ପ୍ରାୟ ପ୍ରତିଦିନ ରାସ୍ତା ଦୁର୍ଘଟଣାରେ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି । ରିପୋର୍ଟ ଅନୁସାରେ ୨୦୧୫ ରୁ ୨୦୨୦ ମଧ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ଯାଇଛି । ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କ୍ରାସ୍ ଇନଭେଷ୍ଟିଗେସନ ପଲିସି ଅଣାଯାଇଛି । ଦୁର୍ଘଟଣା ପାଇଁ ମନୁଷ୍ୟ, ଯାନବାହାନ କିମ୍ବା ଭିତ୍ତିଭୂମି ଦାୟୀ ଥିଲେ। ସେଗୁଡ଼ିକ ଠାବ କରି ସମାଧାନ କରିବାକୁ ପଲିସିରେ ପ୍ରସ୍ତାବ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+