Get Updates
Get notified of breaking news, exclusive insights, and must-see stories!

ଚଳିତ ମାସରେ ଘୋଷଣା ହେବ ବିଜେପିର ରାଜ୍ୟ ସଭାପତି : ବିଜୟ ପାଲ ସିଂ ତୋମର

ରାଜ୍ୟ ବିଜେପିର ନୂତନ ସଭାପତି ଘୋଷଣା ପ୍ରସଙ୍ଗ । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ପ୍ରତିକ୍ରିୟା। ଚଳିତ ମାସରେ ଘୋଷଣା ହେବ ବିଜେପିର ରାଜ୍ୟ ସଭାପତି।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ି ଶାସନକୁ ଆସିଛି । ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ଦଳ ପୁଣି ଶ୍ରୀ ସାମଲଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ କି ନୂଆ ଚେହେରା ଦେଖିବ ତାକୁ ନେଇ ଦଳୀୟ କର୍ମୀ ଆଶା ଆଶଙ୍କାରେ ରହିଛନ୍ତି। ସେହିପରି ସରକାର ଏବଂ ସଙ୍ଗଠନ ମଧ୍ୟରେ ସମନ୍ବୟ ଅଭାବରୁ ନିଗମ, ପରିଷଦ ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ବିଜେପିର ନୂଆ ରାଜ୍ୟ ସଭାପତି ନିର୍ବାଚନ ପରେ ହୁଏତ ନିଗମ, ପରିଷଦ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାରେ ଦଳୀୟ ନେତାମାନଙ୍କୁ ଥଇଥାନ କରାଯିବାର ସମ୍ଭାବନା ଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

State President of BJP

ଅପରପକ୍ଷେ ଜିଲା ସଭାପତି ନିର୍ବାଚନ ତାଲିକା ଜାନୁଆରୀ ୧୫ସୁଦ୍ଧା ପ୍ରକାଶ ପାଇବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଜିଲା ସଭାପତି ତାଲିକା ପ୍ରକାଶ ପାଇପାରିଲା ନାହିଁ। ଜିଲ୍ଲା ସଭାପତି ନିର୍ବାଚନ ଲାଗି ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନେ କି ଦୁଇ ଦିନ ମଧ୍ୟରେ ତାଲିକା ପ୍ରକାଶ ପାଇବ ବୋଲି କୁହାଯାଉଛି ।

ରାଜ୍ୟରେ ନୂଆ ସରକାର ଗଠନକୁ ୭ମାସ ପୂରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତ ନିଗମ ଅଧ୍ୟକ୍ଷ, ଜିଲା ଯୋଜନା ବୋର୍ଡ, ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଏବଂ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ ଆଦି ଖାଲି ପଡ଼ିଥିବାରୁ ଏଗୁଡିକ ମଧ୍ୟ ପୂରଣ ହେବ ବୋଲି ଆଶା ପ୍ରକାଶ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+