ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ‘ଅପରେସନ୍ ଗରୁଡ଼’

ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ପୁଲିସ ପକ୍ଷରୁ 'ଅପରେସନ୍ ଗରୁଡ଼' ଆରମ୍ଭ ହୋଇଛି । ଏହା ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ଚାଲିବ । ସବୁ ଜିଲ୍ଲା ପୁଲିସ ଏସପିଙ୍କ ନେତୃତ୍ୱରେ ଏହି ଅପରେସନ୍ ଗରୁଡ଼ ଚଳିତମାସ ୧ତାରିଖରୁ ଆରମ୍ଭ ହୋଇଛି । ରାଜ୍ୟ ପୁଲିସ ଏଡିଜି(ଆଇନଶୃଙ୍ଖଳା) ସଞ୍ଜୟ କୁମାର ଆଜି ଏହି ସୂଚନା ଦେଇଛନ୍ତି ।

ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ସେ କହିଛନ୍ତି ।

State Police launches Operation Garuda to control criminals

ସପ୍ତାହକ ମଧ୍ୟରେ ୩୧୮୯ଟି ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ୫୧ଟି ଅସ୍ତ୍ରଶସ୍ତ୍ର ଓ ୯୫ଟି ଗୁଳିଗୋଳା ଜବତ ହୋଇଛି । ଗଞ୍ଜେଇ ସହିତ ଏନଡିପିଏସ୍‌ର ୧୧ଟି ମାମଲା ସହ ୮୮୮କିଲୋ ଗଞ୍ଜେଇ, ୬୮.୫୭କିଲୋ ବ୍ରାଉନସୁଗାର ମଧ୍ୟ ଜବତ ହୋଇଛି । ଜୁଆ ଖେଳିବା ଅଭିଯୋଗରେ ୧୧ଟି ମାମଲା ସହ ୨.୭୯ଲକ୍ଷ ଟଙ୍କା ଜବତ ହୋଇଛି ।

ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ପୁଲିସ ଜିଲ୍ଲା ୧୦ ଟି ବନ୍ଧୁକ ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରିଛି । ସେହିପରି ରାଉରକେଲା ପୋଲିସ ଜିଲ୍ଲା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା' ନିକଟରୁ ଏକକାଳୀନ ୧୦ ଟି ବନ୍ଧୁକ ଜବତ କରିଛି । ଏନଡିପିଏସ୍ ମାମଲାରେ କନ୍ଧମାଳ ପୁଲିସ ୫୩୫ କେଜି ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି ।

ଅବକାରୀ ମାମଲାରେ କେନ୍ଦୁଝର ପୋଲିସ ଜିଲ୍ଲା ସର୍ବାଧିକ ୧୦୭ଟି ମାମଲା ରୁଜୁ କରିଥିବା ବେଳେ ୧୫୦୯ ଲିଟର ମଦ ଜବତ କରିଛି । ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ରାଉରକେଲା ଜିଲ୍ଲା ପୁଲିସ ୩ଟି ମାମଲା ରୁଜୁ କରି ୧.୪୮ଲକ୍ଷ ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଛି । ମୋଟ ୧୨୯ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ବୋଲି ଏଡିଜି ଶ୍ରୀ କୁମାର ସୂଚନା ଦେଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+