ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ; ମନ୍ତ୍ରୀ ଦେଲେ ସୂଚନା

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ଏ ନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ । ସାଧାରଣ ଦିନରେ ସାଢ଼େ ୫ଟା ଯାଏଁ ଖୋଲା ରହେ ରାଜ୍ୟ ସଂଗ୍ରହାଳୟ ।

Suraj Surjyabanshi

ଆସନ୍ତା ୮ରୁ ୧୦ ତାରିଖ ଯାଏଁ ରାଜଧାନୀରେ ପ୍ରବାସୀ ମହାକୁମ୍ଭ ପାଇଁ ମହା ଆୟୋଜନ । ଭୁବନେଶ୍ବର ଜନତା ମଇଦାନରେ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଏଥିପାଇଁ ଓଡ଼ିଶାରେ ପହଞ୍ଚିବାକୁ ଲାଗିଲେଣି ପ୍ରବାସୀ ଭାରତୀୟମାନେ । ଏହି ସମ୍ମିଳନୀରେ ଯୋଗ ଦେବାକୁ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।

ସେହିଭଳି ୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ପ୍ରବାସୀ ଭାରତୀୟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ହୋଇଛି ବ୍ୟାପକ ଆୟୋଜନ । ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ୩୧ଟି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ପ୍ରବାସୀ ଭାରତୀୟ । ସେମାନଙ୍କୁ ପର୍ଯ୍ୟଟନସ୍ଥଳୀ ବିଷୟରେ ହିନ୍ଦି, ଇଂରାଜୀ ଓ ଓଡ଼ିଆ ଭାଷାର ବୁଝାଇବାକୁ ନିୟୋଜିତ ହୋଇଛନ୍ତି ଗାଇଡ୍‌ । ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟଙ୍କ ପାଇଁ ହୋଇଛି ହୋମ୍ ଷ୍ଟେ' ବ୍ୟବସ୍ଥା । ଓଡ଼ିଆଙ୍କ ଘରେ ରହିବେ ଅତିଥି । ଏଥିପାଇଁ ୨୮୦ ରେଜିଷ୍ଟ୍ରେସନ ହୋଇଛି । ହୋମ୍ ଷ୍ଟେ' ପାଇଁ ଯେଉଁମାନେ ରେଜିଷ୍ଟ୍ରେସନ କହିଛନ୍ତି ସେହି ଘର ମାଲିକ ଓ ପ୍ରବାସୀଙ୍କ ମଧ୍ୟରେ ମିଡିଲ ମ୍ୟାନ୍‌ ଭାବେ କାମ କରିବ ପର୍ଯ୍ୟଟନ ବିଭାଗ । ପରିବାର ଭିତରେ ରହୁଥିବାରୁ ଅତିଥିମାନେ ଶତ ପ୍ରତିଶତ ସୁରକ୍ଷିତ ରହିବେ । ପ୍ରବାସୀଙ୍କ ପାଇଁ ଭୁବନେଶ୍ବର ଓ ପୁରୀରେ ବିଭିନ୍ନ ପ୍ରକାର ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+