Get Updates
Get notified of breaking news, exclusive insights, and must-see stories!

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ କୃତିମ୍ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛି । ଏପରିକି ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କମ୍‌ ସମୟ ଓ ସମ୍ବଳରେ ବିଶାଳ ତଥ୍ୟପୁଞ୍ଜିକୁ ଏକତି୍ରତ କରାଯାଇ ଅଧିକ କାର୍ଯ୍ୟ କୃତିତ୍ୱ ହାସଲ କରାଯାଇ ପାରୁଛି ।

କୃତ୍ରିମ ବୁଦ୍ଧିମତାକୁ ସଠିକ୍‌ ଢଙ୍ଗରେ ବ୍ୟବହାର କରିବାରେ ଗଣମାଧ୍ୟମ ଯନିବାନ ହେବା ଉଚିତ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସର୍ବଦା ଗୁରୁତ୍ୱ ଦେଉଥିବା ନେଇ ମତବ୍ୟକ୍ତ କରିଛନ୍ତି। ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ ପରିଣତ କରିବାରେ ବିଶେଷ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସ୍ମରଣ କରିବା ନିମନ୍ତେ ଆଜିର ଦିନ ହେଉଛି ପ୍ରକୃଷ୍ଟ ସମୟ ବୋଲି ସେ ପ୍ରକାଶ କରିଛନ୍ତି ।

national press day

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଲାଇଭ୍‌ର ପ୍ରତିଷ୍ଠାତା ସଂପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନୀଳାମ୍ବର ରଥ କହିଲେ ଯେ ଆଜିର ପ୍ରଗତିଶୀଳ ସମୟରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ 'କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ' ଉପରେ ଆଲୋକପାତ କରି ଶ୍ରୀ ରଥ କହିଥିଲେ ଯେ କୃତି୍ରମ ବୁଦ୍ଧିମତା ଉପରେ ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ ନହୋଇ ନିଜସ୍ୱ ଚିନ୍ତାଚେତନାକୁ ସମାନ୍ତରାଳ ଭାବେ ବ୍ୟବହାର କରିବାର ଆବଶ୍ୟକତା ରହିଛି।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ପ୍ରତିନିଧିମାନେ ମହିଳା ଓ ଶିଶୁ ସଂପର୍କିତ ଖବର ପରିବେଷଣ ବେଳେ ବିଶେଷ ଯନିବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ସାଧାରଣ ଲୋକଙ୍କ ହିତ ସାଧନ କିପରି ହୋଇପାରିବ ସେ ଦିଗରେ ସମସ୍ତେ ଯନିଶୀଳ ହେବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ପୌରୋହିତ୍ୟ କରି କହିଥିଲେ ଯେ ଗଣତନ୍ତ୍ରକୁ ଛାଡ଼ି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଠି ପାରିବ ନାହିଁ ବୋଲି ପ୍ରତ୍ୟେକ ଭାରତୀୟ ଅବଗତ। ଗଣତନ୍ତ୍ରର ଆତ୍ମା ହେଉଛି ମାନବିକତା। ଏହାକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଉପରେ ଗୁରୁତ୍ୱଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଶ୍ରୀ ଦେବୀ ପ୍ରସାଦ ରଥ ପ୍ରଥମ, ଭୁବନେଶ୍ୱର ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିଆ ଷ୍ଟଡିଜ୍‌ର ଶ୍ରୀ କାଳୀଚରଣ ରଣଜିତ ଦ୍ୱିତୀୟ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁମାରୀ ଜ୍ୟୋତି ମଞ୍ଜରୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ।

ସେହପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର କୁମାରୀ ଅଭିଲ୍ଲି ମହାନ୍ତି ପ୍ରଥମ ଓ କୁମାରୀ ବର୍ଷା ବହିଦାର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁମାରୀ ଶ୍ରୀଜାତା ମିଶ୍ର ଓ କୁମାରୀ ଶିଲା ପ୍ରିୟଦର୍ଶିନୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ନିମନ୍ତେ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, 'ପେପରମ୍ୟାନ୍‌ ଇଣ୍ଡିଆ'ଙ୍କୁ ସମ୍ମାନିତ କରାଯାଇଥିଲା।

ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବାବେଳେ ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନଙ୍କ ସମେତ ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବ ଯୋଗଦେଇଥିଲେ।

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି। ଏଥିରେ ୬୪ଟି ପତ୍ରପତି୍ରକା, ୫୯ଟି ବିଦେଶୀ ଖବରକାଗଜ, ୧୧୦ଟି ପୁରାତନ ଖବରକାଗଜ ସମେତ ୫୭୦ଟି ଖବରକାଗଜ ଓ ପତ୍ରପତି୍ରକା ସ୍ଥାନିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+