Get Updates
Get notified of breaking news, exclusive insights, and must-see stories!

ଶିଶୁ ଅଧିକାର ସୁରକ୍ଷା ନେଇ ରାଜ୍ୟସ୍ତରୀୟ ଟ୍ୟାକ୍ସଫୋର୍ସ ବୈଠକ

ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ସହଯୋଗରେ ଆଜି ପୂର୍ବାହ୍ନରେ ସ୍ବସ୍ତି ପ୍ରିମିୟମ ହୋଟେଲ ପରିସରରେ ଏକ ରାଜ୍ୟସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ବର: ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା ଶିଶୁ ଅଧ୍ୟାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ ଶିଶୁଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ମିଳିତ ଜାତି ସଂଘର ଶିଶୁ ଅଧିକାର ସମ୍ମିଳନୀ ନିର୍ଯ୍ୟାସ ଅନୁସାରେ ଆମ ରାଜ୍ୟ ଶିଶୁମାନଙ୍କର ଉନ୍ନତି ଓ ସେମାନଙ୍କର ସୁରକ୍ଷା ନିମନ୍ତେ ବିଭିନ୍ନ ନୀତି ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି ।

Child Rights

ପ୍ରତି ଶିଶୁ ଯେପରି ସୁରକ୍ଷିତ ରହିବେ , ସୁସ୍ଥ ଜୀବନ ଯାପନ କରିବେ , ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସେବା ପ୍ରଦାନ କାରୀ ସଂସ୍ଥା , ବିଭିନ୍ନ ସଂଗଠନ , କମିଟି ଓ ନେଟୱାର୍କ ଜରିଆରେ ଏ ଦିଗରେ ବିଭିନ୍ନ ଅନୁଷ୍ଠାନଗୁଡିକୁ ସଂପୃକ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ସହଯୋଗରେ ଆଜି ପୂର୍ବାହ୍ନରେ ସ୍ବସ୍ତି ପ୍ରିମିୟମ ହୋଟେଲ ପରିସରରେ ଏକ ରାଜ୍ୟସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାକଡର ଶିଶୁମାନଙ୍କର ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗ ତଥା ସବୁସ୍ତରରେ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିବା ସହିତ ବିଭିନ୍ନ ସମୟରେ ଶିଶୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ପୋଲିସ୍ ଶୂନ ସହନଶୀଳତା ନୀତି ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ବରକୁ ଶିଶୁ ମିତ୍ର କରିବା ଉପରେ ଗୁରୁତ୍ବ ଦେଇଥିଲେ । ଶ୍ରମ କମିଶନର ଡ. ଏନ. ତିରୁମଲ ନାୟକ ଯୋଗଦେଇ ରାସ୍ତାକଡର ଶିଶୁଙ୍କ ଥଇଥାନ ଏକାନ୍ତ ଜରୁରୀ ବୋଲି ମତଦେବା ସହ ଏଥ୍ପାଇଁ ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଓ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ବାରା ଜାରି କରାଯାଇଥିବା ' ଦିଶା ' ନିର୍ଦ୍ଦେଶ ଉପରେ ଶିଶୁ ସୁରକ୍ଷା ବିଶେଷଜ୍ଞ ପ୍ରଭାତ କୁମାର ଆଲୋଚନା କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ , ରାସ୍ତାକଡର ଶିଶୁମାନଙ୍କର ବିପଦ ସଂକୁଳତା ଉପରେ ଆଲୋଚନା କରିଥିଲେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ବିଭାଗର ସହଯୋଗରେ ଭୁବନେଶ୍ବରକୁ ଶିଶୁ ମିତ୍ର ( ଚାଇଲ୍ଡ ଫ୍ରେଣ୍ଡଲି ) କରାଯିବା ସହ ରାସ୍ତାକଡରେ ଯେପରି କେହି ଶିଶୁ ରହିବେନି , ତାହାକୁ ସୁନିଶ୍ଚିତ କରିବା ଆଜିର ଏହି ବୈଠକର ଉଦ୍ଦେଶ୍ୟ ବୋଲି ସୁଶ୍ରୀ ପ୍ରଧାନ କହିଥିଲେ । ଏ ଦିଗରେ ସବୁ ଅନୁଷ୍ଠାନ ଓ ସମାଜର ସବୁବର୍ଗର ଜନସାଧାରଣଙ୍କ ସେ ସହଯୋଗ କାମନା କରିଥିଲେ । ୟୁନିସେଫ୍ ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଶିଶୁମାନେ ରାସ୍ତା ଉପରକୁ ଆସିବାର କାରଣ ସମସ୍ୟା ଉପରେ ଆଲୋଚନା କରିବା ସହିତ ଏହାର ନିରାକରଣ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଯୋଗଦେଇ ଭୁବନେଶ୍ବରରେ ଥିବା ରାସ୍ତାକଡର ଶିଶୁମାନଙ୍କ ଥଇଥାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ଘାସିରାମ ପଣ୍ଡା ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ବିଭାଗର ପ୍ରତିନିଧ୍ , ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+