ଏଇଠି ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ।

ଭୁବନେଶ୍ୱର: ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି 'ଅହିଂସା ରଥ'ର ରାଜ୍ୟବ୍ୟାପୀ ପରିକ୍ରମାର ଶୁଭାରମ୍ଭ କରିବେ ନବୀନ ।

independence day

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ହେବ। ତେବେ ଏଥର ବି ପରେଡ୍ ହେବନି।

ସାଧାରଣ ଦର୍ଶକଙ୍କ ଗହଳିକୁ ବି ବାରଣ କରାଯାଇଛି। କରୋନା ସ୍ଥିତିକୁ ଦୃଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ନିରାଡମ୍ବର ଭାବେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ନିଷ୍ପତ୍ତି ଓଡ଼ିଶା ସରକାର ନେଇଛନ୍ତି। କେବଳ ଯାହା OSAP, ODRAF, BSF, SS ବାଟାଲିଅନ ଏବଂ ପୋଲିସ ଟିମ୍ ଦ୍ୱାରା ପରେଡ୍ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+