ପ୍ରଦର୍ଶନୀ ପଡ଼ିଆରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ
ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ରାଜଧାନୀର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାଜ୍ୟସ୍ତରୀୟ ଉତ୍ସବରେ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହିଛନ୍ତି ।

ପତାକା ଉତ୍ତୋଳନ ପରେ ପଞ୍ଜୁରୀ ଭିତରେ ଥିବା ପକ୍ଷୀଙ୍କୁ ମୁକ୍ତ କରାଯାଇଥିଲା । ସ୍ୱାଧୀନତାର ସଙ୍କେତ ଭାବରେ ଏହି ପକ୍ଷୀମାନଙ୍କୁ ସ୍ୱାଧୀନ କରାଯାଇଥିଲା । ନବୀନ ପଟ୍ଟନାୟକ ଏହି ଅବସରରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିଲେ । ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜିର ଦିନ ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନେକ କ୍ଷେତ୍ରରେ ଓଡ଼ିଶା ଦେଶ ପାଇଁ ମାର୍ଗଦର୍ଶକ ହୋଇଛି । ଖାଦ୍ୟ ବଳକା ରାଜ୍ୟ ଭାବେ ଦେଶରେ ଉଭା ହୋଇଛି। କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ଦେଶରେ ହବ୍ ପାଲଟିଛି।
ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । ଟ୍ୱିଟ କରି ଲେଖିଛନ୍ତି, ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବ ଆଉ ଗୌରବର ମୁହୂର୍ତ୍ତ । ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଶା ଏବେ ବିକାଶର ବିଭିନ୍ନ କ୍ଷେତ୍ରରେ ଆଦର୍ଶ ସାଜିଛି । ଆସନ୍ତୁ ବିକାଶ ଧାରାକୁ ବଜାୟ ରଖିବା, ଶ୍ରେଷ୍ଠ ଓଡ଼ିଶା ଦିଗରେ ଏକ ହୋଇ ଆଗକୁ ବଢ଼ିବା ।












Click it and Unblock the Notifications