ରାଜ୍ୟସ୍ତରୀୟ ସାଇବର ସୁରକ୍ଷା ସଚେତନତା କର୍ମଶାଳା

ଅକ୍ଟୋବର ୨୭ ତାରିଖରେ ଭୁବନେଶ୍ବରସ୍ଥିତ କୃଷିଭବନର ଅଡିଟୋରିୟମରେ ରାଷ୍ଟ୍ରୀୟ ସୂଚନା କେନ୍ଦ୍ର (ଏନ.ଆଇ.ସି) ର ତତ୍ତ୍ଵାବଧାନରେ ରାଜ୍ୟସ୍ତରୀୟ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଅଛି। ଏହି କର୍ମଶାଳାରେ ଓଡିଶା ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀ ତଥା ଏନ.ଆଇ.ସି.ର ଦିଲ୍ଲୀ, ଓଡିଶା, ପଶ୍ଚିମ ବଙ୍ଗ, ବିହାର, ଝାରଖଣ୍ଡ ଏବଂ ଛତିଶଗଡ କେନ୍ଦ୍ରର ୨୦୦ରୁ ଉର୍ଦ୍ଧ୍ବ ଅଧିକାରୀ ଭାଗ ନେଇଥିଲେ।

Cyber Security Awareness

ଓଡିଶା ସିଆଇଡି କ୍ରାଇମବ୍ରାଞ୍ଚର ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ନିଜର ଉଦଘାଟନୀ ସମ୍ଭାଷଣରେ ସାଇବର ଠକେଇ, ସାଇବର ଅପରାଧ, ଡିଜିଟାଲ ଆରେଷ୍ଟ, ବ୍ୟକ୍ତିଗତ ତଥ୍ୟ ହ୍ୟାକିଂ ଆଦି ଉପରେ ଆଲୋକପାତ କରିଥିଲେ ଏବଂ ଏସବୁର ସମାଧାନରେ ସାଇବର୍ ପୋଲିସଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃଷି ବିଭାଗର ଅତିରିକ୍ତ ନିର୍ଦେଶିକା ଶ୍ରୀମତୀ ଲିଟ୍ଟୀ ପଟ୍ଟନାୟକ ସରକାରୀ ସ୍ତରରେ ଡାଟାର ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କଲେ। ନିଜର ସ୍ଵାଗତ ପ୍ରସ୍ତାବରେ ଓଡିଶା ଏନ.ଆଇ.ସି.ର ଉପ ମହାନିର୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ପଦାଧିକାରୀ ଡ: ଅଶୋକ କୁମାର ହୋତା ସମସ୍ତଙ୍କୁ କର୍ମଶାଳାର ଆଭିମୁଖ୍ଯ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସାଇବର ସୁରକ୍ଷା ପୁସ୍ତିକା ଉନ୍ମୋଚିତ ହୋଇଥିଲା ।

ନିଜର ଧନ୍ୟବାଦ ପ୍ରସ୍ତାବରେ ଜାତୀୟ ଡାଟା କେନ୍ଦ୍ର, ଭୁବନେଶ୍ବରର ମୁଖ୍ୟ ତଥା ଉପ ମହାନିର୍ଦେଶକ ଶ୍ରୀ ଚୌଧୁରୀ ବିଜୟ କୁମାର ଦାସ ଡାଟା କେନ୍ଦ୍ରର ବିଭିନ୍ନ ବୈଷୟିକ ସୁବିଧା ବିଷୟରେ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ ସାଇବର ସୁରକ୍ଷାର ବିଭିନ୍ନ ଦିଗଉପରେ ଆଠଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଓଡିଶା କ୍ରାଇମ ବ୍ରାଞ୍ଚର ଅତିରିକ୍ତ ପୋଲିସ କମିଶନର ଶ୍ରୀ ଅକ୍ଷୟ କୁମାର ନାୟକ, ଏନ.ଆଇ.ସି. ଦିଲ୍ଲୀ ର ବରିଷ୍ଠ ବୈଜ୍ଞାନିକ ଶ୍ରୀ ପ୍ରଦୀପ କୁମାର କୌଶଳ, ଏନ.ଆଇ.ସି. ଓଡ଼ିଶା ର ଶ୍ରୀମତୀ ସୁଜାତା ଦାସ, ଏବଂ ଶ୍ରୀ ନୀଳାଦ୍ରି ବିହାରୀ ମହାନ୍ତିଙ୍କ ସହିତ ଅନ୍ୟ ସାଇବର ସୁରକ୍ଷା ବିଶେଷଜ୍ଞମାନେ ଏହି ସତ୍ରକୁ ପରିଚାଳନା କରିଥିଲେ। ଓଡିଶା ଏନ.ଆଇ.ସି.ର ଅଧିକାରୀ ଶ୍ରୀ ଜୟନ୍ତ କୁମାର ମିଶ୍ର କର୍ମଶାଳାକୁ ସଂଯୋଜନା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+