ଭୁବନେଶ୍ବର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ଵରରେ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ଵାଧୀନତା ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ସ୍ଵାଧୀନତା ଦିବସ ପାଇଁ ସାରା ଓଡ଼ିଶା ଉତ୍ସବମୁଖର ବୋଲି କହିଥିଲେ।

mohan majhi

ମୁଖ୍ୟମନ୍ତ୍ରୀ ଅପରେସନ 'ସିନ୍ଦୂର'ର ପ୍ରଶଂସା କରିଥିଲେ। ଅପରେସନ 'ସିନ୍ଦୂର' ଆମର ବଡ଼ ସଫଳତା। ଆମ ସଫଳତାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ହେଉଛି ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମହିଳା ସଶକ୍ତୀକରଣ ସହିତ ସେମାନଙ୍କ ସୁରକ୍ଷା ଜରୁରୀ। ମହିଳାଙ୍କ ପ୍ରତି ହେଉଥିବା ହିଂସା କ୍ଷେତ୍ରରେ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବ୍ୟବସ୍ଥା ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିଗତ ୧୧ ବର୍ଷରେ ଦେଶ ବହୁତ ଅଗ୍ରଗତି କରିଛି। ଗତ ୧ ବଁରେ ରାଜ୍ୟରେ ବହୁତ କାର୍ଯ୍ୟ କରାଯାଇଛି। ରାଜ୍ୟର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସରକାର ଜୀବନଜୀବିକା, ଜନଜାତି ଏବଂ ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ଦେଉଛନ୍ତି ବୋଲି ସେ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+