ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ, ଶେଷ ଦର୍ଶନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମରଶରୀରକୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଗଲା । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଦିଆଗଲା ଗାର୍ଡ ଅଫ୍ ଅନର । ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଭୁବନେଶ୍ୱର ବାସଭବନରେ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପାର୍ଥିବଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କଲେ । ଶେଷ ଦର୍ଶନ ବେଳେ ଭାବବିହ୍ୱଳ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ । ଘର ଭିତରକୁ ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ।
ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ନବ କିଶୋର ଦାସଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭୁବନେଶ୍ୱର ବାସଭବନରେ ପହଁଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ । ୫ଟି ସଚିବ ଭି.କେ ପାଣ୍ତିଆନ୍ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି ।
ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅଶୋକ ଚନ୍ଦ୍ର ପଣ୍ତା, ଅତନୁ ସବ୍ୟସାଚୀ, ଉଷା ଦେବୀ, ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା, ପ୍ରତାପ କେଶରୀ ଦେବ, ଟୁକୁନି ସାହୁ, ଅଶ୍ୱିନୀ କୁମାର ପାତ୍ର, ସମୀର ରଞ୍ଜନ ଦାସ, ରୀତା ସାହୁ ପ୍ରମୁଖ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଝାରସୁଗୁଡ଼ାରେ ନବଦାସଙ୍କର ଶେଷକୃତ୍ୟ ହେବ ।












Click it and Unblock the Notifications