Get Updates
Get notified of breaking news, exclusive insights, and must-see stories!

ନୂଆ ଭାଇରିଏଣ୍ଟର ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ନୂଆ ଭାଇରିଏଣ୍ଟର ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର: ଚୀନରେ ନୂଆ ଭାରିଏଣ୍ଟ ସୃଷ୍ଟି କରିଛି ଚହଳ । ଯାହାକୁ ନେଇ ଲୋକଙ୍କ ମନରେ ପୁଣି ଭୟ ସୃଷ୍ଟି କଲାଣି କରୋନା । ହେଲେ ଦୁଇ ବର୍ଷ ହେବ ରାଜ୍ୟରେ bf.7 ଭାରିଏଣ୍ଟଟି ଚିହ୍ନଟ ହୋଇ ସାରିଛି । ବର୍ତ୍ତମାନ ବିଦେଶରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହି ଭାରିଏଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ହେଲେ ଭୟବିତ ନ ହୋଇ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରି କହିଛନ୍ତି ଯେ, ଏହାର ସଂକ୍ରମଣ କ୍ଷମତା ଅଧିକ ରହିଛି ହେଲେ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି । ତେଣୁ ଏହି ଭାରିଏଣ୍ଟ ଅଧିକ କ୍ଷତି କରିପାରିବ ନାହିଁ ବା ସଂକ୍ରମିତ କରିପାରିବ ନାହିଁ । ତିନି ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ୍ ରେଟ୍ ବଢି ନାହିଁ । ଡାକ୍ତରଖାନାରେ ରୋଗୀ ମଧ୍ୟ ନାହାଁନ୍ତି । ଆଗକୁ ଯଦି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ଏହାର ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ ।

Vijay Mohapatra

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସେପଟେ ଚୀନ୍‌ ଭାରିଆଣ୍ଟକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ସେ ଅନୁରୋଧ କରିଛନ୍ତି । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନସିଂ ହେବ । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ । ହକି ବିଶ୍ୱକପରେ ଭିଡ଼କୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଦି କାହା ପାଖରେ ଲକ୍ଷଣ ପ୍ରକାଶ ପାଇବ ସଙ୍ଗେ ସେଙ୍ଗେ ସେଠାରେ ତାଙ୍କର ଟେଷ୍ଟ କରିବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଥିବା ସ୍ୱାସ୍ଥ୍ୟ ନିଦ୍ଦେର୍ଶକ କହିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ। ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟ ନ ଦେବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି । ସେହିପରି ଓଡ଼ିଶାକୁ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ଯଦି କିଏ ବିଦେଶରୁ ଆସୁଛି ତେବେ ଗାଇଡ ଲାଇନ ହିସାବରେ ଟେଷ୍ଟ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+