Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ୧ ଟଙ୍କାରେ ପ୍ରଧାନମନ୍ତ୍ରୀ ଫସଲ ବୀମା, ପଞ୍ଜୀକରଣ ଅବଧି ବୃଦ୍ଧି

ବଢ଼ିଲା କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି । ଚଳିତ ବର୍ଷ ଖରିଫ ଋତୁରେ ୮ଟି ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌-ଏଫ୍‌ବିୱାଇ)ରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି କରିଛନ୍ତି। ଏଥିପାଇଁ କୃଷକଙ୍କ ପଞ୍ଜୀକରଣ ଅବଧି ଆସନ୍ତା ୩୧ ତାରିଖକୁ ବୃଦ୍ଧି କରାଯାଇଛି।

pradhan mantri fasal bima yojana

ଗତ ଖରିଫ ଋତୁରେ ଜିଲା ପ୍ରଶାସନର ସକ୍ରିୟ ସହଯୋଗରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଥିଲା। ଚଳିତବର୍ଷ ମଧ୍ୟ ରାଜ୍ୟ ସରକାର ୨ ହେକ୍ଟର ପର୍ଯ୍ୟନ୍ତ ଜମିର ବୀମା ପାଇଁ ଚାଷୀଙ୍କ ଭାଗ ବହନ କରିବେ ଏବଂ ଆବେଦନର ବୈଧତା ପାଇଁ ଚାଷୀଙ୍କୁ ମାତ୍ର ୧ ଟଙ୍କା ଦେବାକୁ ପଡିବ।

ଏହି ଯୋଜନାରେ କୃଷକଙ୍କ ପଞ୍ଜୀକରଣ ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଖରିଫ ଋତୁରେ ଅତି କମ୍‌ରେ ୨୦ ପ୍ରତିଶତରୁ ଅଧିକ ଅଞ୍ଚଳ ଏବଂ କୃଷକମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ଜାଲିଆତି ବୀମା ବିଷୟରେ ସୂଚନା ଦେଇ ପାଢ଼ୀ ଉଲ୍ଲେଖ କରିଛନ୍ତି ଯେ, ଏହି ମାମଲାରେ ସରକାରୀ ଜମିରେ କୃଷିବୀମା, ଅଣଚାଷ ଜମି ଏବଂ ଜଣେ ଅନ୍ୟର ଜମିରେ ବୀମା କରୁଥିବା ଭଳି ଅନେକ ଅସାଧୁ ବ୍ୟକ୍ତି ନଜରକୁ ଆସିଛନ୍ତି। ତେଣୁ ପ୍ରକୃତ କୃଷକଙ୍କ ସ୍ବାର୍ଥ ରକ୍ଷା ପାଇଁ ଏଭଳି ସମସ୍ତ ଅସାଧୁ ବ୍ୟକ୍ତି ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସମସ୍ତ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+