ରାଜ୍ୟ ସରକାରଙ୍କ ବଡ ଘୋଷଣା: ନିଯୁକ୍ତି ପାଇବେ ୧୦ ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ମର୍ମରେ ୧୦ ହଜାର କନିଷ୍ଠ ଶିକ୍ଷକ (ସ୍କମାଟିକ୍) ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି । ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।

ଅଦ୍ୟାବଧୂ ଚାଲୁ ରହିଥ‌ିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ୨୦୨୩ର ସମସ୍ତ ନିୟୋଜନ ପ୍ରକ୍ରିୟା ଶେଷ ହେବା ପରେ ଯଥାଶ୍ରୀଘ୍ର ଏହି ନୂତନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

junior teachers

ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୧୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିୟୋଜିତ କରିବାକୁ ସ୍ଥିର ହୋଇଛି । ରାଜ୍ୟ ସରକାର ୨୦୨୩ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ଅଦ୍ୟାବଧି ଜାରି ରହିଛି ।

ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏବେ ଚାଲୁ ରହିଥିବା ୨୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ପଦବୀ ପୂରଣର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ୧୦ହଜାର ନୂଆ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+