ପଖାଳ ଦିବସ ପାଳନ ପାଇଁ ୨୨ ଦେଶକୁ ଚିଠି ଲେଖିଲେ ରାଜ୍ୟ ସରକାର
ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ଅତି କମରେ ୨୨ଟି ଦେଶର ଓଡ଼ିଆ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ସବୁବର୍ଷ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳନ କରାଯାଇଥାଏ।

ବିଭିନ୍ନ ଦେଶରେ ରହୁଥିବା ଓଡ଼ିଶା ଲୋକଙ୍କ ସଂଗଠନକୁ 'ଓଡିଶା ପରିବାର' ଏବଂ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଚିଠି କରିଛନ୍ତି। ସେ ଚିଠିରେ କହିଛନ୍ତି ଯେ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ରାଜ୍ୟବ୍ୟାପୀ ପଖାଳ ଦିବସ ପାଳନ କରାଯାଏ। ଏହାକୁ ଧୁମଧାମରେ ପାଳନ କରିବାକୁ ବିଭିନ୍ନ ଦେଶର ଓଡିଆ ସଙ୍ଗଠନକୁ ନିବେଦନ କରିଛନ୍ତି।
ଆମେରିକା, ଅଷ୍ଟ୍ରେଲିଆ, ବାହାରିନ, ବେଲଜିୟମ, କାନାଡା, ଦୁବାଇ, ଜର୍ମାନୀ, ଆୟର୍ଲ୍ୟାଣ୍ଡ, ଜାପାନ, କୁଏତ, ମାଲେସିଆ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଓମାନ, ଋଷ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଆବୁଧାବି, ୟୁନାଇଟେଡ କିଙ୍ଗଡମ, ୱେଷ୍ଟ ଆଫ୍ରିକା, ସାଉଦି ଆରବ ଏବଂ କତାର ଭଳି ଦେଶଗୁଡ଼ିକରେ ଥିବା ଓଡ଼ିଆ ସଂଗଠନର ସଭାପତି ଏବଂ ସଚିବମାନଙ୍କୁ ଚିଠି ପଠାଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରୁ ପଖାଳ ଦିବସ ପାଳନ କରାଯାଉଛି। ପଖାଳର ଏହି ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟକୁ ନିରାମିଷ ଏବଂ ଆମିଷ ଖାଦ୍ୟ ସହ ମଧ୍ଯ ପରଷାଯାଇଥାଏ। ଯାହା ଏହାର ସ୍ୱାଦକୁ ବଢାଇ ଦେଇଥାଏ।












Click it and Unblock the Notifications