ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା;୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର

ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର । ୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର । ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହେବ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ । ଜଙ୍ଗଲ ଓ ପରିବେଶ ବିଭାଗରେ ୧୭୫୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଉଚ୍ଚଶିକ୍ଷାରେ ୭୪, ଜଳ ସଂପଦ ବିଭାଗରେ ୩୬, ଶ୍ରମ ବିଭାଗରେ ୧୫, ଇସ୍ପାତ ଓ ଖଣି ବିଭାଗରେ ୧୪, ବାଣିଜ୍ୟ ଓ ପରିବହନ ବିଭାଗରେ ୧୪, ମତ୍ସ୍ୟ ସଂପଦ ବିଭାଗରେ ୨୭, ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ ପାରେ ।

state government to hold a mega job fair
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+