ଆଦିବାସୀଙ୍କ ପାଇଁ ବଡ ଉପହାର ଦେବେ ରାଜ୍ୟ ସରକାର; ଏଣିକି ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଭାଷା
ଆଜିକାଲିର ଡିଜିଟାଲ ଯୁଗରେ ସମସ୍ତେ ମୋବାଇଲ ଫୋନ୍, ଇଣ୍ଟରନେଟ ବ୍ୟବହାରରେ ଅଭ୍ୟସ୍ତ ଥିବା ବେଳେ ବିଭିନ୍ନ ଭାଷା ଉବଲବ୍ଧ ରହୁଛି। ଆମେ ମୁଖ୍ୟତଃ ଫୋନ୍, ୱେବ୍, କମ୍ପ୍ୟୁଟର ଆଦିରେ ଓଡ଼ିଆ,ହିନ୍ଦୀ, ଇଂରାଜୀ, ସ୍ପେନ ଆଦି ଭାଷା ବ୍ୟବହାର କରିଥାଉ।

ମାତ୍ର ଆଦିବାସୀମାନେ ନିଜ ଭାବନା ପରିପ୍ରକାଶ କରିବା ନିମନ୍ତେ ସାନ୍ତାଳୀ ଭାଷାର ବ୍ୟବହାର କରିଥାନ୍ତି। ଡିଜିଟାଲ ପ୍ଲାଟଫର୍ମରେ ଏହି ଭାଷା ଉପଲବ୍ଧ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଦିବାସୀ ସମ୍ପ୍ରଦାୟ ଲୋକେ।
ମାତ୍ର ଆଦିବାସୀଙ୍କ ଏହି ସମସ୍ୟାର ସମାଧାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ " ଓଡ଼ିଶା ଭର୍ଚୁଆଲ ଏକାଡେମୀ " ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ନୂଆ ପ୍ରୟାସ ସଫଳ ହୋଇଛି। ଏବେ ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳୀ ଲିପି ବି ଲେଖିହେବ ।












Click it and Unblock the Notifications