ଆଜି ନିଯୁକ୍ତିପତ୍ର ବାଣ୍ଟିବେ ରାଜ୍ୟ ସରକାର
ମଙ୍ଗଳବାର ରାଜ୍ୟ ସରକାର ବାଣ୍ଟିବେ ନିଯୁକ୍ତିପତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ୧୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, ଅର୍ଥ ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ସମବାୟ ବିଭାଗ, ପର୍ଯ୍ୟଟନ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଯୋଜନା ଓ ସଂଯୋଜନା ବିଭାଗର ମୋଟ ୧୫୪୩ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ଗଣଶିକ୍ଷା ବିଭାଗରେ ୭୫୫, ୩୮୨ଜଣଙ୍କୁ ଓଡ଼ିଶା ସିଭିଲ ସର୍ଭିସ ଓ ୧୪ଜଣଙ୍କୁ ଅନ୍ୟ ବିଭାଗରେ ନିଯୁକ୍ତି ମିଳିବ । ସେହିପରି ୩୯୨ ଜଣଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ନିଯୁକ୍ତି ମିଳିବ ।












Click it and Unblock the Notifications