ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର । nbsp;ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। nbsp;ନୂଆ ନୀତି ଆଣିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ । ଜମି ହରାଉଥିବା ଲୋକଙ୍କୁ ବିକଳ୍ପ ସୁଯୋଗ ଦିଆଯିବ । ଜମି ବଦଳରେ ଜମି ବି ସରକାର ଯୋଗାଇ ଦେବେ । କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ। ଲୋକ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ହେବ। ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ।