ଆଜି ଖୋଲିବ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର, ୩ କୋଟି ୮୦ ଲକ୍ଷ ଟିକା କିଣାଯିବ ନେଇ ଲକ୍ଷ୍ୟ

ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର। ରାଜ୍ୟ ସରକାର ବିଭିନ୍ନ ବିଦେଶୀ କମ୍ପାନୀଠାରୁ ୩କୋଟି ୮୦ ଲକ୍ଷ କରୋନା ଟିକା କିଣିବେ। ତେବେ ପୂର୍ବରୁ ଏହି ଟେଣ୍ଡର ପ୍ରକ୍ରିୟାରେ ସରକରାଙ୍କୁ କୌଣସି ଫାଇଦା ମିଲିଥିଲା ।

ଭୁବନେଶ୍ୱର: ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର। ରାଜ୍ୟ ସରକାର ବିଭିନ୍ନ ବିଦେଶୀ କମ୍ପାନୀଠାରୁ ୩କୋଟି ୮୦ ଲକ୍ଷ କରୋନା ଟିକା କିଣିବେ। ତେବେ ପୂର୍ବରୁ ଏହି ଟେଣ୍ଡର ପ୍ରକ୍ରିୟାରେ ସରକରାଙ୍କୁ କୌଣସି ଫାଇଦା ମିଲିଥିଲା ।

corona vaccine

ତେବେ ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କରିଥିବାରୁ ଏଣିକି ଫାଇଜର, ମଡର୍ଣ୍ଣା ଭଳି କମ୍ପାନୀ ଭାଗ ନେଇପାରିବେ। ଟିକା ଅଭାବ ଦୂର ପାଇଁ ସବୁ ଆଡ଼ୁ ଚେଷ୍ଟା କରାଯାଉଛି। ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହେଁ ଯେ କିଏ ପାଇବେ ବୋଲି ଗ୍ୟାରେଣ୍ଟି ରହିଛି। ମାତ୍ର ଅନ୍ୟ ସୂତ୍ରରୁ ପାଇବା ନେଇ ଉଦ୍ୟମ କରାଯାଉଥିବା ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ସେ କହିଛନ୍ତି, ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ପୂର୍ବରୁ ଅନେକ କଟକଣା ଥିଲା। ସେଥିପାଇଁ ରାଜ୍ୟକୁ ସୁଫଳ ମିଳିନଥିଲା। ଗତ ଦୁଇ ତିନି ଦିନ ମଧ୍ୟରେ କଟକଣା ବହୁତ କୋହଳ ହୋଇଛି। ବର୍ତ୍ତମାନ କୁହାଯାଇ ପାରିବନି ଗ୍ଲୋବାଲ ଟେଣ୍ଡରକୁ ନେଇ କ'ଣ କରାଯିବ। ବର୍ତ୍ତମାନ ଦିଆଯାଇଥିବା ନୂଆ ତାରିଖ ବିଫଳ ହେଲେ ତାକୁ ରି-ଟେଣ୍ଡର କରାଯିବ କି ଘୁଞ୍ଚାଯିବ ସେ ନିଷ୍ପତ୍ତି ସରକାର ନେବେ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+