ବଲିଉଡ୍ ଫିଲ୍ମ 'ଦ ସାବରମତୀ ରିପୋର୍ଟ'ଉପରୁ ଆମୋଦ କର ହଟାଇଲେ ରାଜ୍ୟ ସରକାର
ବଲିଉଡ୍ ଫିଲ୍ମ 'ଦ ସାବରମତୀ ରିପୋର୍ଟ'ଉପରୁ ହଟିଲା ଆମୋଦ କର। ଫିଲ୍ମ ଉପରୁ ଆମୋଦ କର ହଟାଇଲେ ରାଜ୍ୟ ସରକାର। ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ।

ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର "The Sabarmati Report", ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଅଛି । ଏହି ଚଳଚ୍ଚିତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦ୍ରୁଷ୍ଟିରୁ ଚଳଚ୍ଚିତ୍ରଟିକୁ ଅଧିକ ଲୋକ ଦେଖିବା ଆବଶ୍ୟକ । ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଆଦେଶ କ୍ରମେ ଚଳଚ୍ଚିତ୍ରଟିକୁ ଓଡ଼ିଶାରେ କରମୁକ୍ତ କରାଯାଇଛି । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ।












Click it and Unblock the Notifications