ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର
ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାକୁ ମିଳିଲା ପଦୋନ୍ନତି । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବର: ନୂଆ ବର୍ଷ ପୂର୍ବରୁ ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସରକାରଙ୍କ ଗିପ୍ଟ । ବୋଥ୍ରାଙ୍କୁ ମିଳିଲା ପଦୋନ୍ନତି । ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ୍ ଦେଲେ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାକୁ ମିଳିଲା ପଦୋନ୍ନତି । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ସେହିପରି ଅରୁଣ ବୋଥ୍ରାଙ୍କ ସହ 1996 ବ୍ୟାଚର ଆପିଏସ ଅଫସିର ସଞ୍ଜୟ କୁମାର ସିଂଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅନ୍ୟପଟେ କେନ୍ଦ୍ରିୟ ଡେପ୍ୟୁଟେସନରେ ଥିବା ଶ୍ରୀମତି ସୁନିତା କାକ୍ରନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି ।
ତେବେ ୧୯୯୬ ବ୍ୟାଚ୍ର IPS ରହିଛନ୍ତି ଅରୁଣ ବୋଥ୍ରା । ରାଜ୍ୟର ବହୁ ଚର୍ଚ୍ଚିଚ ପରୀ ହତ୍ୟାକାଣ୍ଡର ପର୍ଦାଫାସ କରି ଏବେ ଚର୍ଚ୍ଚାରେ ବୋଥ୍ରା । ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠନ କରାଯାଇଥିବା ଏସଆଇଟି ଟିମର ମୁଖ୍ୟ ରହିଛନ୍ତି ବୋଥ୍ରା । ସେହିପରି ବୋଥ୍ରାଙ୍କ କ୍ୟାରିଅରରେ ସାମିଲ ରହିଛି ସାରଥୀ ବାବାଙ୍କ ଖୁସଲା, ପାଟନାଗଡ ପାର୍ସଲ ବୋମା ଭଳି ବହୁ ଚର୍ଚ୍ଚିତ ଘଟଣାର ସଫଳ ଦତନ୍ତର କାହାଣୀ ।












Click it and Unblock the Notifications