ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ, ଚାଲୁ ରହିବ ଆନ୍ଦୋଳନ

୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଏସ୍‌ମା ଲାଗୁ ସତ୍ତ୍ବେ ସଂଘ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ସହ ସଂଘ କର୍ମକର୍ତ୍ତାଙ୍କର ଆଲୋଚନା ହୋଇଥିଲା। ମାତ୍ର ଏହି ଆଲୋଚନା ବିଫଳ ହୋଇଛି। ପୂର୍ବଭଳି ଆନ୍ଦୋଳନ ଜାରି ରଖିବା ଲାଗି ସଂଘ ନିଷ୍ପତ୍ତି ନେଇଛି। ଚଳିତ ସେପ୍ଟେମ୍ବର ମାସ ୨୭ ତାରିଖରୁ ଡାକ୍ତରଖାନାରେ ଜରୁରିକାଳୀନ ସେବାକୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି ।

State Government-Nursing Staff

ଲୋକସେବା ଭବନରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌, ସେବିକା ନିର୍ଦ୍ଦେଶକ ଡା. ଆର୍ତ୍ତବନ୍ଧୁ ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ଆଲୋଚନା ହୋଇଥିଲା। ସଂଘର ସାଧାରଣ ସଂପାଦକ ଅଶ୍ବିନୀ କୁମାର ଦାସ କହିଛନ୍ତି, ଆଜି ସରକାରଙ୍କ ସହ ହୋଇଥିବା ଆଲୋଚନା ବିଫଳ ହୋଇଛି। ଦାବି ପୂରଣ ନେଇ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ବି ତାହାକୁ ପୂରଣ କରାଯାଉନାହିଁ। ସଂଘର ବିଭିନ୍ନ ଦାବିର ସମାଧାନ କରିବା ଲାଗି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ତେଣୁ ଆଜି ଓ ଆସନ୍ତାକାଲି ନର୍ସିଂ କର୍ମଚାରୀମାନେ ଜରୁରିକାଳୀନ ସେବା ଜାରି ରଖିବେ। ତେବେ ୨୭ ତାରିଖରୁ ଜରୁରିକାଳୀନ ସେବାକୁ ମଧ୍ୟ ବନ୍ଦ କରିଦିଆଯିବ। ଦାବି ପୂରଣ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ନ ହେବାର ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଦାସ କହିଛନ୍ତି।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସଂଘର ପ୍ରତିନିଧିମାନେ ସରକାରଙ୍କୁ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସମସ୍ୟାଗୁଡ଼ିକୁ ସମ୍ବେଦନତାର ସହିତ ଗ୍ରହଣ କରାଯାଇ ନର୍ସିଂ ଅଫିସରମାନଙ୍କ ସହିତ ନିୟମିତ ଭାବେ ଆଲୋଚନା କରାଯିବ। ନର୍ସିଂ ଅଫିସରମାନଙ୍କ ପାଇଁ ରାଜ୍ୟ ସରକାର ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବା ସଂପର୍କରେ କହିଥିଲେ। ସେ ମଧ୍ୟରେ ୨୦୨୧ ମସିହାରେ ଖାଲି ଥିବା ୬୪୩୨ ପଦବି ମଧ୍ୟରୁ ୪୬୮୩ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ୭୪୮୩ ଟି ଖାଲି ପଦବିରୁ ୩୭୩୮ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା। ବିଭିନ୍ନ ଯୋଜନାରେ କାର୍ଯ୍ୟରତ ୩୦୧୬ ସେବିକାଙ୍କୁ ଓଡ଼ିଶା ନର୍ସିଂ ସେବା କ୍ୟାଡରର ବେସ୍ ଲେବଲ ପଦବିରେ ସାମିଲ କରାଯାଇଛି। ୨୮୮୩ ଜଣ ସେବିକାଙ୍କୁ ନିୟମିତ କରାଯାଇଛି। କ୍ୟାଡର ପୁନର୍ଗଠନ ଯୋଗୁଁ ପ୍ରାୟ ୧୧୯୩୩ ଜଣ ନର୍ସିଂ ଅଫିସର ପଦୋନ୍ନତି ପାଇ ବିଶେଷ ଭାବରେ ଉପକୃତ ହେବେ। ନର୍ସିଂ ଅଫିସରଙ୍କ ସେବା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ସେମାନେ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+