Get Updates
Get notified of breaking news, exclusive insights, and must-see stories!

ନୂଆ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର, ଏଣିକି କିଣାବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ

ମନ୍ତ୍ରୀ କଲେ ବଡ଼ ଘୋଷଣା। ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । ୨୦୧୬ ପୂର୍ବରୁ ନିର୍ମାଣ ହୋଇଥିବା ସବୁ ଆପାର୍ଟମେଣ୍ଟ ଗୁଡିକ କିଣା ବିକା ହୋଇପାରିବ । ଏନେଇ ବଡ଼ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରେରା ଆଇନରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । ଦୀର୍ଘ ସମୟର ତର୍ଜମା ପରେ ନିୟମକୁ ସରଳୀକରଣ କରିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ପୂର୍ବ ସରକାର ଆପାର୍ଟମେଣ୍ଟ କିଣାବିକା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିଲା ବୋଲି ମନ୍ତ୍ରୀ କହିବା ସହିତ ନୂଆ ନିୟମ ଅନୁସାରେ ଲୋକେ ଉପକୃତ ହେବେ ବୋଲି କହିଛନ୍ତି । ଦୀର୍ଘଦିନ ଧରି ଏନେଇ କଟକଣା ରହିଥିବାରୁ ଅନେକ ମାଲିକ ସେମାନଙ୍କ ଫ୍ଲାଟ ବିକ୍ରି କରିପାରୁନଥିଲେ ।

rera act odisha

ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩' ଅଧୀନରେ ଥିବା କଠୋର ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି । କଠୋର ନିୟମ ଯୋଗୁଁ ପୁରୁଣା ଫ୍ଲାଟ ବିକ୍ରି ଅଟକି ଯାଇଥିଲା । RERA ନିୟମ ଲାଗୁ ହେବା ପୂର୍ବରୁ ଅର୍ଥାତ ୫ ଅକ୍ଟୋବର ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟ ପାଇଁ ଏବେ ଆଉ ନୂଆ କାଗଜପତ୍ର ଦରକାର ନାହିଁ ।

ଫ୍ଲାଟ୍‌ ବିକ୍ରି ପାଇଁ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଦେବାକୁ ପଡ଼ୁଥିଲା । RERA ରେଜିଷ୍ଟ୍ରେସନ୍ ଏବଂ ଆସୋସିଏସନ୍ ରେଜିଷ୍ଟ୍ରେସନ୍ କାଗଜପତ୍ର ମାଗାଯାଉଥିଲା । ୨୦୧୬ ପୂର୍ବରୁ ଆପାର୍ଟମେଣ୍ଟ ପାଖରେ ଏସବୁ କାଗଜପତ୍ର ନଥିଲା । ତେଣୁ ସବ୍-ରେଜିଷ୍ଟ୍ରାର୍ ଅଫିସରେ ଘର ରେଜିଷ୍ଟ୍ରୀ ହୋଇପାରୁନଥିଲା । ଏଥିପାଇଁ ରାଜ୍ୟରେ ହଜାର ହଜାର ଫ୍ଲାଟ୍‌ ବିକ୍ରି ଅଟକି ରହିଥିଲା । ଏବେ ସେଥିରେ ସୁଧାର ଅଣାଯାଇଛି ।

ଯଦି ଆପଣଙ୍କର ମୂଳ ବିକ୍ରି ଦଲିଲ୍ ୫ ଅକ୍ଟୋବର ୨୦୧୬ ପୂର୍ବର ହୋଇଥାଏ, ତେବେ ଆପଣଙ୍କୁ ନୂଆ ନିୟମ ମାନିବାକୁ ପଡ଼ିବ ନାହିଁ । ଫ୍ଲାଟ ବିକ୍ରି କିମ୍ବା ହସ୍ତାନ୍ତର କରିବା ପାଇଁ କେବଳ ପୁରୁଣା ରେଜିଷ୍ଟ୍ରି ଦଲିଲ୍ ଯଥେଷ୍ଟ । ରେଜିଷ୍ଟ୍ରାର୍ ଏହାକୁ ଗ୍ରହଣ କରିବାକୁ ବାଧ୍ୟ । କମନ ଏରିଆ ଯେପରିକି ପାର୍କିଂ, ସିଡ଼ି, ଛାତ, ଲିଫ୍ଟ ଇତ୍ୟାଦି ଉପରେ କାହାର ଅଧିକାର ରହିବ, ସେ ଦ୍ୱନ୍ଦ୍ୱ ଦୂର କରିବାକୁ ନୂଆ ଦଲିଲରେ ଦୁଇଟି ନିର୍ଦ୍ଦିଷ୍ଟ ବାକ୍ୟ ଲେଖିବା ବାଧ୍ୟତାମୂଳକ କରାଯାଇଛି । ଏହାଦ୍ୱାରା କିଣୁଥିବା ବ୍ୟକ୍ତିଙ୍କର ସାଧାରଣ ସ୍ଥାନ ଉପରେ ସମ୍ପୂର୍ଣ୍ଣ ଅଧିକାର ସୁରକ୍ଷିତ ରହିବ ।

ଅନ୍ୟପଟେ ଫେବୃଆରୀ ୧, ୨୦୨୫ରେ ଜାରି ହୋଇଥିବା କଟକଣାକୁ ରଦ୍ଦ କରିଦିଆଯାଇଛି । ନୂଆ ନିୟମ ଯୋଗୁଁ ପୁରୁଣା ଫ୍ଲାଟ ମାଲିକମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି । ଏହାଦ୍ୱାରା ଓଡ଼ିଶାରେ ପୁରୁଣା ଆପାର୍ଟମେଣ୍ଟ କିଣାବିକା ସହଜ ହେବ । ଯଦି ଆପଣଙ୍କ ଫ୍ଲାଟର ମୂଳ ଦଲିଲ୍ ଅକ୍ଟୋବର ୨୦୧୬ ପୂର୍ବରୁ ହୋଇଛି, ତେବେ ଆପଣ ଏହାକୁ ସହଜରେ ବିକ୍ରି କିମ୍ବା ହସ୍ତାନ୍ତର କରିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+