HMPV ଭୁତାଣୁ ନେଇ ପରାମର୍ଶ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର,୬।୧: ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme - National Centre for Disease Cantrol) (IDSP - NCDC) ଦ୍ୱାରା ଏଚଏମପିଭି ଭୁତାଣୁ ନେଇ ଜାରି କରାଯାଇଥିବା ପ୍ରେସ ବାର୍ତ୍ତା ଜନସାଧାରଣଙ୍କ ଅବଗତି ଏବଂ ବ୍ୟାପକ ସଚେତନତା ନିମନ୍ତେ ଓଡିଶା ସରକାର ସୂଚନା ଜାରି କରିଛନ୍ତି। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ରୋଗର ଚିହ୍ନଟ ଓ ନିରାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି। ଏହି ରୋଗକୁ ନେଇ ଜନସାଧାରଣ ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ସଚେତନ ରୁହନ୍ତୁ-ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।

ଏଥିସହିତ ଏଚଏମପିଭିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସାମିଲ ହେବାକୁକୁହାଯାଇଥିଲା ବେଳେ କେହି ଭୟଭୀତ ନ ହୋଇ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ ଆସିଛି। କୋଲକାତାରେ ୬ ମାସର ଶିଶୁ ଶରୀରରେ ଏଚଏମପିଭି ଚିହ୍ନଟ ହୋଇଛି। ଗତ ନଭେମ୍ବରରେ ଚିହ୍ନଟ ପରେ ହସ୍ପିଟାଲରେ ସୁସ୍ଥ ଥିବା ସୂଚନା ମିଳିଛି। ଏହାକୁ ମିଶାଇ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।












Click it and Unblock the Notifications