ସଜାଗ ଅଛନ୍ତି ରାଜ୍ୟ ସରକାର ; ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର, ଆଇନ ମନ୍ତ୍ରୀ

ଗତ ମଙ୍ଗଳବାର ପହଲଗାମରେ ମୃତ୍ୟୁର ବିଭୀଷିକା ରଚିଛନ୍ତି ଆତଙ୍କବାଦୀ। ଧର୍ମ ପଚାରି ମାରିଲେ ଗୁଳି। ଏ ହୃଦୟ ବିଦାରକ ଘଟଣା ଛାତି ଥରାଇ ଦେଇଛି ସମସ୍ତଙ୍କର। କି ଦୋଷ କରିଥିଲେ ସେମାନେ ? ସେମାନଙ୍କର ଦୋଷ କେବଳ ଏତିକି ସେମାନେ ହିନ୍ଦୁ ଥିଲେ।

Law Minister

ହୋଟେଲର ଘାସ ଗାଲିଚାରେ ପ୍ରକୃତିର ମଜା ନେଉଥାନ୍ତି ପର୍ଯ୍ୟଟକ। କିଏ ଖାଉଥାଏ, କିଏ ଖେଳୁଥାଏ ଆଉ କିଏ ସ୍ମୃତିକୁ ସାଇତି ରଖିବାକୁ କ୍ୟାମେରାରେ କଏଦ କରୁଥାନ୍ତି। ଆଉ ଏତିକି ବେଳେ ହଠାତ୍ ସେନା ଆଉ ପୋଲିସ ପୋଷାକ ବିନ୍ଧି ପ୍ରବେଶ କରନ୍ତି ତିନି ଚାରିଜଣ। ସୁରକ୍ଷା କର୍ମୀ ଭାବି ସମସ୍ତେ ସହଯୋଗ କରନ୍ତି। ପ୍ରଥମେ ସେମାନେ ପର୍ଯ୍ୟଟକଙ୍କ ପରିଚୟ ମାଗନ୍ତି।

ଆଉ ଯିଏ ହିନ୍ଦୁ ବୋଲି କୁହନ୍ତି ତାଙ୍କ ଉପରେ କରନ୍ତି ଅତର୍କିତ ଗୁଳି ଚାଳନା। ଘଟଣା ପରର ଭିଡିଓ ସାମ୍ନାକୁ ଆସିବା ପରେ ଯିଏ ଦେଖୁଛି ସିଏ ବିଚଳିତ ହୋଇ ଯାଉଛି। ଜଣେ ବ୍ୟକ୍ତି ଗୁଳିମାଡ଼ ପରେ ତଳେ ପଡ଼ିଛନ୍ତି। କିଛି ଦୂରତାରେ ତାଙ୍କ ପତ୍ନୀ ସାହାଯ୍ୟ ପାଇଁ ନେହୁରା ହେଉଥିବାର ଦୃଶ୍ୟ ସାରା ଦେଶକୁ ସ୍ତବ୍ଧ କରି ଦେଇଛି।

ପହଲଗାମ୍ ପର୍ଯ୍ୟଟକଙ୍କୁ ଅତାଙ୍କବାଦି ଗୁଳିକରି ହତ୍ୟା ପରେ ସଜାଗ ଓଡ଼ିଶା ସରକାର। ପହଲଗାମ୍ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ଉଚ୍ଚସ୍ତରୀୟ ଆଲୋଚନା। ଆମ ରାଜ୍ୟରେ ରହିଥିବା ଅନୁପ୍ରବେଶ କାରୀଙ୍କ ଉପରେ ରହିଛି ତିଖନ୍ ନଜର। ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଯାହା ବି କାର୍ଯ୍ୟାନୁଷ୍ଠାନ ହେବା କଥା ହେବ। ଆମେ ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+