ବାତ୍ୟା ୟଶ ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ସ୍ଥାନାନ୍ତରିତ ହୋଇ ସାରିଲେଣି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ

୫୦ ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇ ସାରିଛନ୍ତି । ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରି ରଖିଛୁ ।

ଭୁବନେଶ୍ୱର: ବାତ୍ୟା ୟାସ୍‌ର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସ୍‌ମିଟରେ SRCଙ୍କ ସୂଚନା। ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଛି । କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପ୍ରଶାସନ ପକ୍ଷରୁ ନିଆଯାଉଛି ।

 Cyclone yaas

୫୦ ରୁ ୬୦ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହୋଇ ସାରିଛନ୍ତି । ୮୬୦ ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ରହିଛି ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ବି ପ୍ରସ୍ତୁତ ଅଛି । ୬୯୦୦ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରି ରଖିଛୁ । ଯେଉଁଥିରେ ୭.୫୦ ଲକ୍ଷ ଲୋକଙ୍କୁ ରଖି ପାରିବୁ । ଏହା ବାଦ୍ ପବ୍ଲିକ ବିଲ୍ଡିଂ ଗୁଡିକୁ ଖୋଲା ରଖିବା ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ । ଯାହା ଦ୍ୱାରା ଯେଉଁମାନେ ଶେଷ ମୁହୂର୍ତ୍ତରେ ଚାହିଁବେ ସେମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ସ୍ବତ୍ବନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

୭୧୦ ଡିଜି ସେଟ ପଠାଯାଇଛି । ୮୧୩ ଟ୍ୟାଙ୍କର ପଠାଯାଇଛି । ବିଦ୍ୟୁତ ବିଭାଗର ପ୍ରସ୍ତୁତି । ବିଦ୍ୟୁତ ବିଭାଗର ୧୦ ହଜାର ଲୋକ ମୁତୟନ ହୋଇ ସାରିଛନ୍ତି। ଆଉ ୨ ହଜାର ଲୋକ ଖୁବଶୀଘ୍ର ପହଞ୍ଚିବେ । ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ୩୦୮ ହେଲ୍ଥ ଟିମ୍ ଗଠନ କରାଯାଇଛି । ୨୧୫ ଜେନେରେଟର ରହିଛି । ୪୫୦୦ ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଏସଆରସି ।

ସୂଚନାଥାଉ କି, ପାଣିପାଗ ବିଭାଗର ଆକଳନ ଅନୁଯାଇ ଏହି ସାମୁଦ୍ରିକ ଝଡ ୟାସ୍ ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ଏହି ସମୟରେ ପବନର ବେଳ ୧୫୫ରୁ ୧୬୫ କିଲୋମିଟର ପ୍ରତି ଘଣ୍ଟା ହେବାର ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+