ରାଜ୍ୟ ସରକାର ବଡ ପଦକ୍ଷେପ ; ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ମହାବଳ ବାଘ
ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏହି ବାଘ ଅଣାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ବାଘକୁ ଅଣାଯାଇଥିଲା ବେଳେ ଏହାକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯିବ।

୨୦୨୪ ମସିହାରେ କରାଯାଇଥିବା ରାଜ୍ୟ ସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା। ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ ଟି ବେଙ୍ଗଲ ଟାଇଗର ଛୁଆ ଦେଖାଯାଇଥିଲେ।
ଏସବୁ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଦେଇଥିବା ସୂଚନା ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ ୭ ଟି ରୟାଲ ବେଙ୍ଗଲ ଟାଇଗର ସମେତ ଓଡିଶା ୫୫ ଟି ବାଘ ହରାଇଛନ୍ତି।
ତେବେ ସବୁଠୁ ସାଙ୍ଘାତିକ ଘଟଣା ହେଉଛି ୨୩ ଟି ବାଘଙ୍କୁ କେବଳ ଶିକାରୀ ହତ୍ୟା କରିଛନ୍ତି। ୪ ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିବା ବେଳେ ୨ ଟ୍ରେନ୍ ଦୁର୍ଘଟଣାରେ, ୩ ଟି ସଡକ ଦୁର୍ଘଟଣାରେ, ୬ ଟି ପାଣିରେ ବୁଡି ଏବଂ ପରସ୍ପର ମଧ୍ୟରେ ଲଢେଇ ଲାଗି ମୃତ୍ୟୁ ମୁଖରେ ପଡ଼ିଥିଲେ। ସେହିଭଳି ୫ ଟି ରୋଗରେ ଆକ୍ରାନ୍ତ ହୋଇ, ୫ ଟି ବୃଦ୍ଧାବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଅଜଣା କାରଣରୁ ୭ ଟି ମୃତ୍ୟୁ ବରଣ କରିଥିବା ସେ ସ୍ପଷ୍ଟ କରିଛନ୍ତି।












Click it and Unblock the Notifications