ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର

ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡରେ ବ୍ୟାପକ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୧, ୨୦୨୬ରୁ ଲାଗୁ ହେବ ବର୍ଦ୍ଧିତ ଷ୍ଟାଇପେଣ୍ଡ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ସୋମବାର ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଆୟୁର୍ବେଦ ଏବଂ ହୋମିଓପାଥିରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ନିଆଯାଇଥିବା ଏହି ନିଷ୍ପତ୍ତିରେ ପ୍ରାୟ ୧୨୦ ଜଣ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ।

mohan mahi

ପ୍ରଥମ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ୫୫ ପ୍ରତିଶତ ବୃଦ୍ଧି କରାଯାଇ ମାସିକ ୩୧,୦୦୦ ଟଙ୍କାରୁ ୪୮,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଦ୍ୱିତୀୟ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ୬୨ ପ୍ରତିଶତ ବୃଦ୍ଧି କରାଯାଇ ୩୨,୦୦୦ ଟଙ୍କାରୁ ୫୨,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ତୃତୀୟ ବର୍ଷ ପିଜି ଛାତ୍ର ଷ୍ଟାଇପେଣ୍ଡ ସର୍ବାଧିକ ୬୭ ପ୍ରତିଶତ ବୃଦ୍ଧି କରାଯାଇ ୩୩,୦୦୦ ଟଙ୍କାରୁ ୫୫,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି। ଏହି ସମସ୍ତ ବର୍ଦ୍ଧିତ ଷ୍ଟାଇପେଣ୍ଡ ହାର ଆସନ୍ତା ଜାନୁଆରୀ ୧, ୨୦୨୬ ଠାରୁ ଲାଗୁ ହେବ।

ପିଜି ଛାତ୍ରଛାତ୍ରୀଙ୍କ ବ୍ୟତୀତ ସରକାରୀ ଆୟୁର୍ବେଦିକ ଏବଂ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କର ମାସିକ ଷ୍ଟାଇପେଣ୍ଡ ୧୭,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୩୦,୦୦୦ ଟଙ୍କା କରାଯାଇଛି। ଏହି ବୃଦ୍ଧି ଚଳିତ ବର୍ଷ ଅଗଷ୍ଟ ୧ ଠାରୁ ପୂର୍ବପ୍ରଭାବୀ ଭାବରେ ଲାଗୁ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+