ଲ’ ଅଫିସର ମାନଙ୍କ ଫି’ ବୃଦ୍ଧି କଲେ ରାଜ୍ୟ ସରକାର; ଜାଣନ୍ତୁ ମିଳିବ କେତେ ଟଙ୍କା ?
ଲ' ଅଫିସର ମାନଙ୍କ ଫି' ବୃଦ୍ଧି କଲେ ରାଜ୍ୟ ସରକାର । କାର୍ଯ୍ୟରତ ୧୮୪ ଅତିରିକ୍ତ ସରକାରୀ ଓକିଲଙ୍କ ଫି' ୫୦% ବୃଦ୍ଧି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ' ଅଫିସରଙ୍କ ଦୈନିକ ଓ ରିଟେନର ଫି' ୫୦% ବୃଦ୍ଧି କରାଯାଇଛି । ଏହା ଦ୍ୱାରା ୧୨୧୫ ଜଣ ଲ' ଅଫିସର ଉପକୃତ ହେବେ।
ଦୈନିକ ଫି' ୧୨୫୦ ଟଙ୍କାରୁ ୧୮୭୫ ଟଙ୍କାକୁ ବୃଦ୍ଧି ହୋଇଛି । ରିଟେନର ଫି' ୮,୨୦୦ରୁ ୧୨ ହଜାର ୩୦୦ ଟଙ୍କାକୁ ବୃଦ୍ଧି ହୋଇଛି । ବର୍ଦ୍ଧିତ ଫି' ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପି ମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ଏହା ବୃଦ୍ଧି ହୋଇ ୧୮୭୫ ଟଙ୍କା ହୋଇଛି । ସେହିଭଳି ରିଟେନର ଫି' ପୂର୍ବରୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ ।

୭୪୦ ସହକାରୀ ସରକାରୀ ଓକିଲଙ୍କ ଦୈନିକ ଫି' ୧୬୫୦କୁ ବୃଦ୍ଧି ହୋଇଛି । ସହକାରୀ ସରକାରୀ ଓକିଲଙ୍କ ରିଟେନର ଫି' ୬ ହଜାରକୁ ବୃଦ୍ଧି ହୋଇଛି । ସେହିପରି ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟରଙ୍କ ଫି' ୧୮୭୫କୁ ବୃଦ୍ଧି ହୋଇଛି । ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ଓକିଲ ଏବଂ ୧୧୩ ଜଣ ସହକାରୀ ସରକାରୀ ଓକିଲ ପୂର୍ବରୁ ରିଟେନର ଫି' ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ ।












Click it and Unblock the Notifications