ରାଜ୍ୟରେ ପ୍ରତିଷ୍ଠା ହେବ ଇକ୍ମୋ ମେସିନ୍, ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର: କରୋନାରେ ଗୁରୁତର ହୋଇ ପଡ଼ୁଥିବା ରୋଗୀଙ୍କ ଚିକିତ୍ସା ECMO ମେସିନର ଆବଶ୍ୟକତା ପଡ଼ୁଛି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ସେପଟେ କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଜୀବନ ରକ୍ଷାକାରୀ ଇକ୍ମୋ ମେସିନ୍। ସିଏସ୍ଆର୍ ପାଣ୍ଠି ଜରିଆରେ ଏହି ମେସିନ୍ ପ୍ରତିଷ୍ଠା କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।
ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍ରେ ଜୀବନ ରକ୍ଷାକାରୀ ଇକ୍ମୋ ମେସିନ ନାହିଁ। ଯାହାଫଳରେ ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଂ କରିବାକୁ ପଡ଼ୁଛି। ସସପ୍ତାହ ମଧ୍ୟରେ ୩ ଜଣଙ୍କୁ ଏୟାରଲିଫ୍ଟିଂ କରାଯାଇଛି । ପ୍ରଥମେ ଗଞ୍ଜାମ ଅମ୍ରିତ ପ୍ରଧାନଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟିଂ କରାଯାଇଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଆଜି ଭଦ୍ରକର ଅଭିଷେକ ମହାପାତ୍ରଙ୍କୁ କୋଲକାତାକୁ ଏୟାରଲିଫ୍ଟିଂ କରାଯାଇଛି।
ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ ବୋଲି ଡିଏମଇଟି କହିଛନ୍ତି ।












Click it and Unblock the Notifications