For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ବ୍ୟବସାୟ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି: ମୁଖ୍ୟମନ୍ତ୍ରୀ

‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏମତି କିଛି କହିଛନ୍ତି ।

|

ଭୁବନେଶ୍ୱର: ଓଡ଼ିଶାରେ ବ୍ୟବସାୟ ପାଇଁ ରାଜ୍ୟ ସରକାର ନିବେଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେଣୁ କରୋନା ସମୟରେ ବି ରାଜ୍ୟରେ ପୁଞ୍ଜି ନିବେଶ କମିନାହିଁ । 'ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧'ର ପୁରସ୍କାର ବିତରଣ ସମାରୋହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏମତି କିଛି କହିଛନ୍ତି ।

Naveen Patnaik

ଯୁବକମାନେ ରାଜ୍ୟରେ ଥିବା ଶିଳ୍ପ ସହଯୋଗୀ ପଲିସିର ସୁଯୋଗ ନେଇ ଆଗକୁ ବଢନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ଓୟୋ'ର ପ୍ରତିଷ୍ଠାତା ରିତେଶଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

'ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧'ର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏଭଳି ଉତ୍ସାହ ପୂର୍ଣ୍ଣ ସମ୍ବୋଧନ ପୁରସ୍କୃତ ଉଦ୍ୟୋଗୀମାନଙ୍କ ଆତ୍ମବିଶ୍ୱାସ ବଢାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
State government has made all arrangements for business in Odisha: Naveen Patnaik
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X