୧୧୯୨ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର
ଓଡ଼ିଶା ସରକାର ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୦ମ ଏକକ ବିଣ୍ଡୋ କମିଟି (ଏସଡବ୍ଲୁସି) ବୈଠକରେ ରାଜ୍ୟ ସରକାର ମୋଟ ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।
ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ନୀତି-୨୦୨୨ ଅଧୀନରେ ଅନୁଷ୍ଠିତ ଏହି ବୈଠକରେ ୧୪୯.୯୭ ମେଗାୱାଟର ମିଳିତ କ୍ଷମତା ବିଶିଷ୍ଟ ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାଥମିକ ଅନୁମୋଦନ ପ୍ରଦାନ କରାଯାଇଛି।

ଅନୁମୋଦିତ ପୋର୍ଟଫୋଲିଓରେ ନିମ୍ନଲିଖିତ ପ୍ରକଳ୍ପ ଅନ୍ତର୍ଭୁକ୍ତ:
ଦୁଇଟି ପବନ ଶକ୍ତି ପ୍ରକଳ୍ପ: ମୋଟ ୯୫.୭ ମେଗାୱାଟ
ଚାରୋଟି ଭୂମିଭିତ୍ତିକ ସୌର ପ୍ରକଳ୍ପ: ମୋଟ ୫୩.୯୭ ମେଗାୱାଟ
ଏକ ବ୍ୟାଟେରୀ ସଞ୍ଚୟ ପ୍ରକଳ୍ପ: ୦.୬ ମେଗାୱାଟ ଘଣ୍ଟା କ୍ଷମତା
ବିଶାଳ ଦେବ ନବୀକରଣଯୋଗ୍ୟ ଶକ୍ତିର ଚିରସ୍ଥାୟୀ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହନ ଦେବାରେ ମୁଖ୍ୟ ଭୂମିକା ଉପରେ ଆଲୋକପାତ କରିଛନ୍ତି। ସେ ସରକାରଙ୍କ ବିନିଯୋଗ ଆକର୍ଷଣ ଏବଂ ପ୍ରକଳ୍ପଗୁଡ଼ିକର ସମୟୋପଯୋଗୀ କାର୍ଯ୍ୟକାରୀତା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ବୈଠକ ଅବସରରେ ୯ମ ଏସଡବ୍ଲୁସି ବୈଠକରେ ଅନୁମୋଦିତ ଅନେକ ପ୍ରକଳ୍ପର ପ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications