ରାଜ୍ୟ ସରକାର ୩୦ ହଜାର ଟନ୍‌ ଧାନ କିଣି ସାରିଲେଣି; ୮ ହଜାର କୋଟି ଧାନ ମୂଲ୍ୟ ଚାଷୀଙ୍କୁ ଦିଆଗଲାଣି

ରାଜ୍ୟ ସରକାର ୩୦ ହଜାର ଟନ୍‌ ଧାନ କିଣି ସାରିଲେଣି। ଧାନ କିଣା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରତିକ୍ରିୟା। 'ଏ ବାବଦକୁ ୮ ହଜାର କୋଟି ଧାନ ମୂଲ୍ୟ ଚାଷୀଙ୍କୁ ଦିଆଗଲାଣି। ଅଦିନିଆ ବର୍ଷାରେ ମାନ କମିଥିବାରୁ କିଛି ସ୍ଥାନରେ କଟନୀଛଟନୀ ହୋଇଛି ।

ଚାଷୀ ୩୧୦୦ ଟଙ୍କା ପାଉଛନ୍ତି, ବାହାରେ ବିକିଲେ ୨୧ଶହରୁ ୨୨ଶହ ମିଳିବ'। ତେଣୁ କିଛି କଟନୀଛଟନୀ ହେଲେ ବି ଚାଷୀ ଧାନ ବିକି ଦେଉଛନ୍ତି। ଯେଉଁଠି ଅଧିକାରୀ ଅବହେଳା କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେଉଛି। ଯଦି ମିଲର୍‌ଙ୍କ ବିରୋଧରେ ଅଭିଯୋଗ ଆସେ କାର୍ଯ୍ୟାନୁଷ୍ଠାନ ହେବ ।

state government

ଅନ୍ୟପକ୍ଷେ ମଣ୍ଡିରେ ଧାନ ବିକ୍ରି ନେଇ ପଞ୍ଜୀକୃତ ଚାଷୀ ଯେଭଳି ଏଥିରୁ ବାଦ ନ ପଡ଼ନ୍ତି, ଏଥିଲାଗି ସରକାରୀସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ମଣ୍ଡିରେ ଚାଷୀମାନଙ୍କ ହିତ ପାଇଁ ଅଧିକାରୀମାନେ ନିଯୁକ୍ତ ହୋଇ ଧାନକିଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସେମାନଙ୍କ ଧାନକିଣା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ୨୭ ଜିଲାରେ ଧାନକିଣା ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+