ମହାମାରୀରେ ରାଜ୍ୟ ଅର୍ଥନୀତି ତୁଳନାତ୍ମକ ଭାବେ କମ୍ ପ୍ରଭାବିତ ହୋଇଛି: ମୁଖ୍ୟମନ୍ତ୍ରୀ

୨୦୨୦-୨୧ରେ ମହାମାରି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଆଗୁଆ ପଦକ୍ଷେପ ଯୋଗୁଁ ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦୧ ପ୍ରତିଶତରେ ପହଁଚିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱର: ଆର୍ଥିକ ପରିଚାଳନା ଆଇନକୁ ଶତ ପ୍ରତିଶତ ଲାଗୁ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ । ରାଜ୍ୟପାଳଙ୍କ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ୨୦୨୦-୨୧ରେ ମହାମାରି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଥିଲା । ତେବେ ଆଗୁଆ ପଦକ୍ଷେପ ଯୋଗୁଁ ୨୦୨୧-୨୨ରେ ରାଜ୍ୟର ଅଭିବୃଦ୍ଧି ହାର ୧୦୧ ପ୍ରତିଶତରେ ପହଁଚିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

odisha budget session

ମହାମାରୀ ପ୍ରଭାବରୁ ଅର୍ଥନୀତିକୁ ସୁଧାରିବା ଥିଲା ବଡ଼ ଚାଲେଞ୍ଜ୍‌। ଆମେ ତାହାର ମୁକାବିଲା କରି ଅର୍ଥନୀତିକୁ ସୁଧାରିବାକୁ ପ୍ରୟାସ କରିଛୁ। ବିଗତ ୧୦ ବର୍ଷରେ ଜାତୀୟସ୍ତରରେ ଅଭିବୃଦ୍ଧି ୫.୫% ଥିବା ବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର ୬.୫% ରହିଛି। ଜାତୀୟ ଅର୍ଥନୀତି ୭.୩% ସଙ୍କୁଚିତ ହୋଇଥିବା ବେଳେ ଓଡ଼ିଶାର ଅର୍ଥନୀତି ୫.୩% ହୋଇଛି। ଅର୍ଥାତ୍ ତୁଳନାତ୍ମକ ଭାବେ ଓଡ଼ିଶା କମ୍ ପ୍ରଭାବିତ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗୁଆ ଆକଳନ ଅନୁସାରେ, ଜାତୀୟ ଅର୍ଥନୀତି ୮.୮% ଅଭିବୃଦ୍ଧି ହେବାକୁ ଥିବା ବ‌େଳେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ୧୦.୧% ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ମୁକାବିଲାରେ ରାଜ୍ୟ ସରକାର ସଫଳତା ପାଇଛନ୍ତି । ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟର ୯୬ ଲକ୍ଷ ୫୦ ହଜାର ପରିବାରର ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି । ଷ୍ଟାଟ ଅପ ର୍ୟାଙ୍କିଙ୍ଗରେ ଓଡିଶା କ୍ରମାଗତ ଭାବେ ୨୦୧୮ ଓ ୨୦୧୯ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇଥିବା ବେଳେ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରତ୍ସାହନ ଯୋଗାଇଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+