ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ରାଜ୍ୟରେ ୩ ଦିନିଆ ଶୋକ ପାଳନ

ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରବିବାର ଦିନ ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଛି । ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ କରିଥିଲେ ।

 naba das

ଭୁବନେଶ୍ୱର: ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରବିବାର ଦିନ ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଛି । ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ କରିଥିଲେ । ପରେ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲ ଡାକ୍ତରଖାନାକୁ ଅଣାଯାଇଥିଲା ଯେଉଁଠି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି କାଲି କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା ଏବଂ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା । ପୋଷ୍ଟମର୍ଟମ ପରେ ତାଙ୍କ ମର ଶରୀରକୁ ବିଧାନସଭା ନିଆଯାଇଥିଲା । ଯେଉଁଠି ଅନେତ ନେତା ମନ୍ତ୍ରୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ସକାଳ ୮ରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯାଇଥିଲା ।

ତେବେ ନବ ଦାସଙ୍କ ମୃତ୍ୟୁ ପରେ ୩ ଦିନିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୩୧ ତାରିଖ ଯାଏଁ ପାଳନ ହେବ ଶୋକ ଘୋଷଣା । ସେହିପରି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ନିବ ଦାସଙ୍କ ଅନ୍ତିମ ସତ୍କାର । ଅର୍ଦ୍ଧାନିମିତ ରହିବ ଜାତୀୟ ପତାକା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+