24 ଘଣ୍ଟାରେ 12 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟାରେ ରାଜ୍ୟରେ 12 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 7 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 5 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଭୁବନେଶ୍ବର: ପୁଣି ବଢୁଛି କରୋନା ସଂକ୍ରମଣ । ବର୍ତ୍ତମାନ ଦୀର୍ଘ ଦିନର ବ୍ୟବଧାନ ପରେ ଏହି ମହାମାରୀ ପୁଣି ଚିନ୍ତାର କାରଣ ପାଲଟିଛି । ରବିବାର ଚିହ୍ନଟ 19 ସଂକ୍ରମିତ ଅପେକ୍ଷା ସୋମବାର ମାମଲା କମ ଅଛି । ଗତ 24 ଘଣ୍ଟାରେ ରାଜ୍ୟରେ 12 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 7 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 5 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କଟକରୁ ଜଣେ, ଖୋର୍ଦ୍ଧାରୁ 9, ଷ୍ଟେଟପୋଲରୁ 2 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 88 ହଜାର 651ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 148 ସକ୍ରିୟ ମାମଲା ରହିଛି । ନୂଆ 17 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 79 ହଜାର 324 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications